ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ପଦଯାତ୍ରୀ
ବରଗଡ଼------ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ପଦଯାତ୍ରା ରେ ବାହାରିଥିବା ସତ୍ୟବ୍ରତଙ୍କୁ ଅତାବିରାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ଜନସଚେତନତା ମଞ୍ଚର ସତ୍ୟବ୍ରତ ଦାସ ପଦଯାତ୍ରାରେ ବାହାରି ଆଜି ଅତାବିରା ବ୍ଲକରେ ପହଞ୍ଚିଛନ୍ତି।ଶ୍ରୀ ଦାସ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦ ବ୍ଲକର ଭଗବାନ ସିଣ୍ଡୋଲ ଗ୍ରାମର ବାସିନ୍ଦା।ସେ ଗତ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ତାଙ୍କର ଜନସଚେତନତା ପଦଯାତ୍ରା ଆରମ୍ଭ କରିଥିଲେ।ଏହି ସମୟ ଅବଧି ମଧ୍ୟରେ ସେ ୩୧ଶହ କିଲୋମିଟର ରାସ୍ତା ଅତିକ୍ରମ କରି ୧୧୨ଟି ବ୍ଲକକୁ ଯାଇ ସାରିଛନ୍ତି।ପ୍ରତି ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ତାଙ୍କର ବାର୍ତ୍ତା ଦେଇଛନ୍ତି।ତାଙ୍କର ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ରହିଥିବାବେଳେ ମହାନଦୀ ଜଳ ସମସ୍ୟାର ଯଥାଶୀଘ୍ର ସମାଧାନ । କୃଷି କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ପୋଲାଭରମ ପ୍ରକଳ୍ପର ଯଥାଶୀଘ୍ର ସମାଧାନ କରିବା ପାଇଁ ମଧ୍ୟ ଦାବୀ ରଖିଛନ୍ତି। ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ଦେଇଛନ୍ତି।ଆଜି ସେ ଅତାବିରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ଚାନ୍ଦଙ୍କୁ ବାର୍ତ୍ତା ଦେବା ସହ ଦାବିପତ୍ର ମଧ୍ୟ ରଖିଛନ୍ତି।ଏହାପରେ ତାଙ୍କର ଏହି ଅନନ୍ୟ ପ୍ରୟାସକୁ ସ୍ୱାଗତ କରି ଆଜି ଅତାବିରା ବିଭିନ୍ନ ଅନୁଷ୍ଠାନ,କମିଟି ତଥା ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେ ଆଜି ଅତାବିରାରେ
ବିଶ୍ରାମ ନେଇ ଆସନ୍ତା କାଲି ପ୍ରାତଃ ରୁ ଭେଡେନ ବ୍ଲକ ଅଭିମୁଖେ ଯାତ୍ରା କରିବା ପାଇଁ ସୂଚନା ଦେଇଛନ୍ତି।
![]() |
| Baragarh |
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ଵଦିପ ଅଗ୍ରୱାଲଙ୍କ ରିପୋର୍ଟ



