ଗୀତା ଜୟନ୍ତୀ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ଯାପିତ
![]() |
| Beguni |
ବେଗୁନିଆ––––ବେଗୁନିଆ ବ୍ଲକ ଅନ୍ତର୍ଗତ ତୁଳସୀପୁର ଧର୍ମ ସମାଜ ପକ୍ଷରୁ ଗ୍ରାମର
ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ଦେବଙ୍କ ମନ୍ଦିର ପରିସରରେ ଗୀତା ଜୟନ୍ତୀ ଓ ପ୍ରବଚନ ପା ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ସୋମବାର ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇ ଯାଇଛି।ଏହି ଅବସରରେ ଅଧ୍ୟାତ୍ମିକ ସଭାକୁ ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ ମହାରାଜ ଉଦଘାଟନ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଆନନ୍ଦ ଚନ୍ଦ୍ର ପଣ୍ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଚିକା ପୁଷ୍ପାଞଳୀ ଦାଶ ,ପ୍ରବଚକ ଆଶୋକ କୁମାର ପଣ୍ତା,ଦୁର୍ଗା ଚରଣ ମହାନ୍ତି,ଭକ୍ତିବନ୍ଧୁ ଭିକ୍ଷୁ ଯୋଗ ଦେଇ
ସୁସ୍ଥ ଗୃହସ୍ଥ ଜୀବନ ପାଇଁ
ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ସଂପାଦକ ବୀରେନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଇଥିବା ବେଳେ ଉପସଭାପତି ଚନ୍ଦ୍ର ମଣି ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଜୟଦେବ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ
ଗୀତିକାର ବିଜୟକୃଷ୍ଣ ସାହୁ ଓ ସାଥିଙ୍କ ଦ୍ବାରା ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବେଗୁନିଆରୁ ଯୋଗେଶ୍ବର ପଣ୍ତା



