 |
| Delang |
ଡେଲାଙ୍ଗ----- ଡେଲାଙ୍ଗ ଥାନା ଅନ୍ତର୍ଗତ ମୁନିନ୍ଦା ଗ୍ରାମ କରରେ ଯାଇଥିବା ଲୁଣା ନଦୀକୁ ସରକାରୀ ସ୍ତରରେ ମୁନିନ୍ଦା ଗ୍ରାମବାସୀ ନିଲାମ ଆଣିଛନ୍ତି । ଗ୍ରାମ କୋଠ ନିସ୍ପତି ଅନୁଯାୟୀ ଉକ୍ତ ନିଲାମ ଅଞ୍ଚଳରେ କେହି ମାଛ ଧରିବାକୁ ବାରଣ କରାଯାଇଥିଲା । ମାତ୍ର ଶନିବାର ୧୧ ଘଟିକା ସମୟରେ ଡେଲାଙ୍ଗ ଥାନା ଅନ୍ତର୍ଗତ ବେପୁପଡା ଗ୍ରାମର୫୦ରୁ ୬୦ ଜଣ ଲୋକମାନେ ଲୁଣା ନଦୀରୁ ମାଛ ଧରିବାକୁ ଆସିଥିଲେ । ପ୍ରଥମେ ମୁନିନ୍ଦା ଗ୍ରାମବାସୀ ମାନେ ସେମାନଙ୍କୁ ଏ ଅଞ୍ଚଳରୁ ମାଛ ନ ଧରିବା ପାଇଁ ମନା କରିବାରୁ ସେମାନେ ମାନି ନଥିଲେ । ଯୋର ଜବରଦସ୍ତ ମାଛ ଧରି ଚାଲିଥିଲେ । ଯାହାକୁ ନେଇ ଦୁଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବେନୁପଡା ଗ୍ରାମବାସୀ ମାନେ ମୁନିନ୍ଦା ଗ୍ରାମବାସୀଙ୍କୁ ବକାବନା କରିବା ସହ ବଜାରକୁ ଆସିଲେ ତମ କଥା ବୁଝା ହେବ ବୋଲି କହିଥିଲେ । ଶେଷରେ ମୁନିନ୍ଦା ଗ୍ରାମବାସୀ ମାନେ ଭୟଭୀତ ହୋଇ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇବା ପାଇଁ କଣାସ - ଡେଲାଙ୍ଗ ରାସ୍ତାର ମୁନିନ୍ଦା ଛକରେ ମହିଳା ପୁରୁଷ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ଡେଲାଙ୍ଗ ପୋଲିସ ଓ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଅଚାରୀଆ ଘଟଣା ସ୍ଥଳରେ ପହଞ୍ଚି ଇତ୍ତେଜିତ ଲୋକମାନଙ୍କ ସହ ଆଲେଚନା କରିଥିଲେ । ଶେଷରେ ସରାକରୀ ନିୟମ ଅନୁସାରେ ନିଲାମ ଦିଆଯାଇଥିବା ଯାଗାରେ ଯୋର ଜବରଦସ୍ତ ପଶିଥିବା ବ୍ୟକ୍ତି ମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି