ଦିବ୍ୟାଙ୍ଗ ଦକ୍ଷତା ବିକାଶ ଶିବିର
ବେଗୁନିଆ---- ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ତ୍ରି ଦିବସୀୟ ଦିବ୍ୟାଙ୍ଗ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏ ନେଇ ବ୍ଲକର ୩୦ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ନାଚ,ଗୀତ,ଚିତ୍ରାଙ୍କନ,ସୁନ୍ଦର ହସ୍ତାକ୍ଷର,ସାଧାରଣ ଜ୍ଞାନ ପରୀକ୍ଷା ଓ ତର୍କ ପ୍ରତିଯୋଗିତା ମାନ ଅୟୋଜନ କରାଯିବା ସହ ବିଭିନ୍ନ ହସ୍ତକଳା ପ୍ରଦର୍ଶନ କରାଯାଇଥିଲା । ଏହି ଶିବିରରେ ଏବିଇଓ ବିଷ୍ଣୁ ମିଶ୍ର ଓ ସ୍ଥାନୀୟ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ପଣ୍ଡା ଅତିଥିଭାବେ ଯୋଗଦେଇଥିଲେ । ପ୍ରଶିକ୍ଷକ ଭାବରେ କୁଳମଣି ମିଶ୍ର ,ସ୍ମୃତି ପଟ୍ଟନାୟକ,ଗଙ୍ଗାଧର ପାତ୍ର,ଓ କ୍ଷଣପ୍ରଭା ରଣା ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସାଧନକର୍ମୀ ପ୍ରସନ୍ନ କୁମାର ମହାପାତ୍ର , ରଶ୍ମିତା ସାହୁ ଓ ରଞ୍ଜିତା ବେହେରା ପରିଚାଳନା କରିଥିଲୋ
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


