 |
| puri |
ପୁରୀ------ ଶ୍ରୀମନ୍ଦିର ସୁରକ୍ଷା ଯୋନ ୭୫ ମିଟର ଭିତରେ ଥିବା ଗୃହ ଗୁଡିକ ଉଛେଦ ଜାରି ରହିଛି। ଏହି କ୍ରମରେ ଆଜି ପାଳି ପଡିଛି ଦୋଳ ବେଦୀ କୋଣ ରେ ଥିବା ସାନ ଛତା ମଠ। ଆଜି ସାନ ଛତା ମଠ ଉଛେଦ ଆରମ୍ଭ ହୋଇଛି। ପୁରୀ ର ସ୍ୱତନ୍ତ୍ର ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ ଙ୍କ ଉପସ୍ଥିତ ରେ ,୪ ପ୍ଲାଟୁନ ଫୋର୍ସ ସହାୟତା ରେ ଏହି ଉଛେଦ ଆରମ୍ଭ ହୋଇଛି। ତେବେ ମଠ ର ମନ୍ଦିର , ଗାଦି ସୁରକ୍ଷିତ ରହିବ । ସେଗୁଡ଼ିକ ସରକାର ବିକାଶ ଓ ଉନ୍ନୟନ କରିବେ । ତେବେ ମଠ ର କେଵଳ ବ୍ୟବସାୟ ପ୍ରତିଷ୍ଠାନ ଉଛେଦ କରାଯାଇଛି। ନୀୟମ ଅନୁଯାୟୀ ସରକାର ଏହାର କ୍ଷତି ପୂରଣ ମଧ୍ୟ ମଠ କୁ ପ୍ରଦାନ କରିବେ। ତେବେ ଏହି ମଠ ଉଛେଦ ଫଳରେ ମହାପ୍ରଭୁଙ୍କ ଥିବା ଦୋଳ ବେଦୀ କୁ ଯିବା ପାଇଁ ପ୍ରଶସ୍ତ ରାସ୍ତା ମିଳିବ। ଫଳରେ ଭକ୍ତ ମାନେ ଭଲରେ ଜାତା ୟତ କରି ପାରିବେ।