ads

Breaking News

ସରପଞ୍ଚଙ୍କ ସ୍ବାମିଙ୍କ ନାମରେ ଚାଉଳ ହେରଫେର ମିଥ୍ୟା ; ମାନହାନୀ କେଶ ଦାୟର ପାଇଁ ସଜବାଜ

 କନ୍ଧମାଳ ----କୋଟଗଡ ବ୍ଲକ ଅନ୍ତର୍ଗତ ପକାରୀ ଗ୍ରାମପଞ୍ଚାୟତର ହିତାଧୀକାରିଙ୍କୁ ଚାଉଳ ବଣ୍ଟନ କରାନଯାଇ ବିକ୍ରୀ କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ପଞ୍ଚାୟତ କାର୍ଯ୍ୟାଳୟରେ ବିରୋଧୀ ମାନେ ଚାବି ପକାଇଥିଲେ  । ଏହି ହେରଫେର ଘଟଣାରେ  ସରପଞ୍ଚଙ୍କ ସ୍ବାମୀ ସପୃକ୍ତି ବୋଲି ଏକ ଖବର କାଗଜରେ ପ୍ରକାଶ ପାଇଥିଲା ।ଏବିଷୟରେ ସରପଞ୍ଚଙ୍କ ସ୍ବାମି ମଣ୍ଡେଲା ପ୍ରଧାନ ପ୍ରତିକ୍ରୀୟାରେ କହିଛନ୍ତିଯେ ଚାଉଳ ବଣ୍ଟନ ଦାୟିତ୍ବ ଯୋଗାଣ ସହାୟକଙ୍କ ହାତରେ ରହିଛି । ତେଣୁ ମୋ ନାମରେ ବିରୋଧି କଂଗ୍ରେସ ଦଳ ମିଥ୍ୟା ଆରୋପ ଲଗାଇଛନ୍ତି।  ମୁଁ ସେମାନଙ୍କ ନାମରେ ମାନହାନୀ କେସ ଦାୟର କରିବି ।ଯୋଗାଣ ସହାୟକଙ୍କୁ ପଚାରା ଯିବାରୁ ଯେଉଁ ମାନଙ୍କ ଆଧାର କାର୍ଡନଂ ସହିତ ରାସନ କାର୍ଡର ସଂଯୋଗ ହୋଇନାହିଁ ସେମାନଙ୍କୁ ଚାଉଳ ଦିଆଯାଇନାହିଁ । ଆଉ ସମସ୍ତ ହିତାଧାରିଙ୍କୁ ଚାଉଳ ବଣ୍ଟନ କରାଯାଇଛି । ବର୍ତ୍ତମାନ ଗୋଦାମରେ ଚାଉଳ ଠିକ୍ ଭାବରେ ଷ୍ଟକ ରଖାଯାଇଛି । ଅଧିକାରୀମାନେ ଚାହିଁଲେ ଷ୍ଟକ ଦେଖିପାରିବେ ବୋଲି କହିବାସହ ହେରଫେର ବିଷୟ ସପୂଣ୍ଣ ମିଥ୍ୟା,ମନଗଢା କାହାଣି ବୋଲି କହିଛନ୍ତି । ସମିତି ସଭ୍ୟ ଅଙ୍ଗଦ ନାୟକ ଓ ଗ୍ରାମବାସୀ ମଧ୍ୟ ସରପଞ୍ଚ ନାମରେ ମିଥ୍ୟା ଷଡଯନ୍ତ୍ରର ଆରୋପ ହୋଇଛି ଚାଉଳ ଗୋଦାମରେ ସଂପୂଣ୍ଣ ଗଛିତ ରହିଥିବା କହିଛନ୍ତି । 

 M panda
kandhamala
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

ads

Blog Archive