ଓଷ୍ଠା ପକ୍ଷରୁ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅର୍ନ୍ତଗତ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଓଷ୍ଟା ପକ୍ଷରୁ ୩୮ତମ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର , ଶିକ୍ଷକ ସତ୍ୟବାଦୀ ଦାସ, ଓଷ୍ଠାର ବ୍ଳକ ସଭାପତି ସ୍ମୃତି ରଞ୍ଜନ ଦାଶ, ସମ୍ପାଦକ ଲିଙ୍ଗରାଜ ସାହୁ, ସ୍ଥାନୀୟ ସରପଞ୍ଚ ଦୁଷ୍ମନ୍ତ ପ୍ରଧାନ, ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ କୁମାର ସାହୁ, ପ୍ରଧାନ ଶିକ୍ଷକ ବିଦ୍ୟାଧର ପ୍ରଧାନ ପ୍ରମୁଖ ମିଳିତ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଶିଶୁ ମହୋତ୍ସବର ଶୁଭାରମ୍ଭ କରିଥିଲେ । ଅନୁଷ୍ଠିତ ଉଦଘାଟନ ସଭାରେ ଅତିଥି ମାନେ ଓଷ୍ଟା ପକ୍ଷରୁ ଅନୁଷ୍ଠିତ ଶିଶୁ ମହୋତ୍ସବ ଏକ ଉଚ୍ଚ କୋଟୀର କାର୍ଯ୍ୟକ୍ରମ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକର ୧୦ଗୋଟି ଉଚ୍ଚ ବିଦ୍ୟାଳୟ ୧୦୦ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ଏଥିରେ ତର୍କ, ଚିତ୍ରାଙ୍କନ, କବିତା ଲିଖିନ ଓ ସାଧାରଣଜ୍ଞାନ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଉଦଯାପନ ଉତ୍ସବରେ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଧୁବ ଚରଣ ଜେନା, ଓଷ୍ଠାର କାଉନସିଲର ସଭ୍ୟ ଦିଗମ୍ବର ମହାପାତ୍ର, ଯୁଧିଷ୍ଠିର ପ୍ରଧାନ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କର ଅନ୍ତନିହିଃତ ଗୁଣାବଳୀର ପ୍ରକାଶ ତଥା ବିକାଶ ପାଇଁ ଶିଶୁ ମେଳା ଏକ ବଳିଷ୍ଠ ମାଧ୍ୟମ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
![]() |
| Sakhigopal |



