ପଞ୍ଚାୟତର ଉନ୍ନତି କରଣ ପାଇଁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦର ପ୍ରଶିକ୍ଷଣ ସଭା ଗୃହରେ ଲିଙ୍ଗଗତ ସମ୍ବେଦନା ଶୀଳତା ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପକ୍ଷରୁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦିକା ବିଣାପାଣି ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶିବିରଟିକୁ ଉଦଘାଟନ କରିଥିଲେ । ଏଥିରେ ପିପିଲି ବ୍ଳକର ତେଇଶିପୁର, ସହଜପୁର, ଗୋବିନ୍ଦପୁର, ମଙ୍ଗଳପୁର, କଣ୍ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ଗ୍ରାମ ପଞ୍ଚାୟତ ଅଧିକାରୀ, ଜିଆରଏସ, ୱାଡ ସଭ୍ୟସଭ୍ୟା ମାନଙ୍କ ସହିତ ଆଶା କର୍ମୀ ପ୍ରମୁଖ ୪୫ଜଣ ତାଲିମ ନେଇଥିଲେ । ପ୍ରଶିକ୍ଷକ ଭାବେ ଶ୍ରୀପତି ମହାପାତ୍ର ଓ ନିରଞ୍ଜନ ତ୍ରିପାଠୀ ତାଲିମ ପ୍ରଦାନ କରିଥିଲେ । ଗ୍ରାମ ପଞ୍ଚାୟତର ବିକାଶ, ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଠିକ ଭାବେ କାର୍ଯ୍ୟକ୍ରମ କରିବା ଏହି ତାଲିମ ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ସ୍ୱାଦ ଅନୁଷ୍ଠାନର ସଂଯୋଜକ ଶିଶିର ମିଶ୍ରଙ୍କ ଠାରୁ ପ୍ରକାଶ । ତାଲିମ ଶିବିର ପାଇଁ ଆର୍ଥିକ ସହାୟତା ଯୋଗାଇଦେଇଥିଲେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରରାଜ ପ୍ରତିଷ୍ଠାନ , ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡିଶା । ଏହି ପ୍ରଶିକ୍ଷଣର ଆୟୋଜକ ଥିଲେ ସ୍ୱାଦ ଅନୁଷ୍ଠାନ । ସ୍ୱାଦର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତାଲିମ ଶିବିର ସଂଯୋଜନା କରିଥିଲେ ସ୍ୱାଦ ଅନୁଷ୍ଠାନର ସଂଯୋଜକ ଶ୍ରୀକୃଷ୍ଣ ମହାପାତ୍ର ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
![]() |
| Sakhigopal |



