ads

Breaking News

କୃଷକ ଉତଥାନ ସମିତିର ବାର୍ଷିକ ଉତ୍ସବ; ଚାଷୀ ନିଜର ହକ ପାଇଁ ଏକାଠି ହେବା ଦରକାର


 D Senapati
Sakhigopal 
 ସାକ୍ଷୀଗୋପାଳ ------- ସତ୍ୟବାଦୀର କୃଷକ ଉତଥାନ ସମିତିର ବାର୍ଷିକ ଉତ୍ସବ ସୋମବାର ଦିନ ସତ୍ୟବାଦୀ ପଞ୍ଚସଖା ପାଠାଗାର ଗୃହରେ ପାଳିତ ହୋଇଯାଇଛି  । ଯୋଗ ଦେଇଥିବା ଅତିଥି ମାନଙ୍କ ଦ୍ୱାରା ପାଠାଗାର ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦ୍ୱୀପ ପ୍ରଜ୍ଜଳନ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା  । ସମିତିର ସଭାପତି ସୀତା ବଲ୍ଲଭ ମିଶ୍ର ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ  । ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ,    ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ନ ଦେଇ ନିଜର ହକ ପାଇଁ ଏକାଠି ହେବା ସହ ଆମର ହକ ଛଡାଇ ନେଉଥିବା ସେବାଧିକାରୀ ମାନଙ୍କୁ ଜଣସାଧାରଣରେ ଲଜ୍ୱିତ କରିବା ପାଇଁ ଉପସ୍ଥିତ ଥିବା ପୁରୁଷ ଓ ମହିଳା ଚାଷୀ ମାନଙ୍କୁ ସେ ଆହ୍ୱନ ଦେଇଥିଲେ  । ସମ୍ମାନୀତ ଅତିଥି ଭାବେ ସତ୍ୟବାଦୀ ବ୍ଳକ ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ  ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମତ ରଖିଥଲେ  । ଅନ୍ୟତମ ଅତିଥି ଭାବେ ଓଡିଆ ଭାଷା ଆନ୍ଦୋଳନରର ସଦସ୍ୟ ସାଧୁଚରଣ ବେହେରା , ରାମ ନାରାୟଣ ମିଶ୍ର, ୩୧ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟାଙ୍କ ପ୍ରତିନିଧି ଦେବାଶିଷ ରାଏ,ଅନୁଷ୍ଠାନର ଉପଦେଷ୍ଠା ସଚ୍ଚୀକାନ୍ତ ବିଶ୍ୱାଳ, ଚାଷୀନେତା ପ୍ରଫୁଲ ଚନ୍ଦ୍ର ମିଶ୍ର   ପ୍ରମୁଖ ଯୋଗଦେଇ ସରକାର ଚାଷୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ମାତ୍ର ତାହା ସଠିକ କାର୍ଯ୍ୟକାରୀ ହେଉନାହିଁ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ  । ଚାଷୀ ମାନେ ଯେଉଁଦିନ ପର୍ଯ୍ୟନ୍ତ ଏକ ହୋଇ ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଚାଷୀ ଏହିପରି ଅବହେଳିତ ହୋଇ ରହିବେ ବୋଲି ଅତିଥିମାନେ କହିଥିଲେ  । ଏପରିକି ସରକାରଙ୍କ ଚାଷୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କୃଷି ଓ ଉଦ୍ୟାନ ବିଭାଗ ମାଧ୍ୟମରେ ରହିଚି ତାହା ନାଲିଫିତା ତଳେ ଚାପି ହୋଇ ରହିଛି ବୋଲି ଜିଲ୍ଲାପରିଷଦସଭ୍ୟଙ୍କ ପତିନିଧି ଶ୍ରୀରାୟ କହିଥିଲେ  ।  ଅନୁଷ୍ଠିତ ସଭାରେ ରବୀନ୍ଦ୍ର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗର୍ତ ଭାଷଣ ଦେଇଥିଲେ  । ଅନୁଷ୍ଠାନ ର ସମ୍ପାଦକ ଯଯାତି କେଶରୀ ରାୟ ବାର୍ଷିକ ବିବରଣୀ ପାଠ କରିଥିଲେ  । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଫୁଲତୋଡା ଦେଇ ଅତିଥି ମାନେ ସମ୍ମାନୀତ କରିଥିଲେ  । ଏହି ସଭାରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ  ଶତାଧିକ ପୁରୁଷ ଓ ମହିଳା  ଚାଷୀ ମାନେ ଯୋଗଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts