 |
| Beguni |
ବେଗୁନିଆ---- ବେଗୁନିଆ ସଦର ମହକୁମାରେ ଅବସ୍ଥିତ ବୀଣାପାଣି ପାଠାଗାର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଉଦଘାଟନ କରିଥିଲେ । ପାଠାଗାରର ସଭାପତି ପ୍ରଭାତ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଅୟୋଜିତ ଏହି ଶିବିରରେ ୬ ଶହରୁ ଉର୍ଦ୍ଧ ରୋଗୀ ସ୍ୱସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା ସେବାର ସୁଯୋଗ ପାଇଥିଲେ । ଏଥିରେ ଭେଷଜ ,ଶିଶୁରୋଗ,ସ୍ତ୍ରୀ ଓ ପ୍ରସୃତି ,ଦନ୍ତ ରୋଗ ଇତ୍ୟାଦି ବିଭାଗର ଡାକ୍ତର ମାନେ ଯୋଗ ଦେଇ ସ୍ୱାସ୍ଥ୍ୟ ନିରୁପଣ ଓ ପରାମର୍ଶ ଦେବା ସହ ଔଷଧ ବିତରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦକ ଅଭିମନ୍ୟୁ ଦାସ,ସଭ୍ୟ ଧିରେନ ସାହୁ,ପୁଲକ କୁମାର ସାହୁ ,କ୍ଷିରୋଦ ପରିଡା,ସରୋଜ କୁମାର ବେହେରା,ସୂର୍ଯ୍ୟ ନାରାୟଣ ପଣ୍ଡା,ବନ୍ଦିତା ଦାସ,କାଳନ୍ଦି ରାଉତ ଓ ରାମଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା