ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନା, ତହସିଲଦାର ଅଟକ
ନୟାଗଡ଼-----ଖଣ୍ଡପଡା ବ୍ଳକ ଅଧିନସ୍ଥ ମର୍ଦ୍ଦରାଜପୁର ନୂଆସାହି ବସ୍ତିକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିବା ଯୋଗୁଁ ଜନ ଅସନ୍ତୋଷ ଲାଗିରହିଛି। ମଙ୍ଗଳବାର ସକାଳ ୮.୩୦ ମିନିଟ ସମୟରେ ଖଣ୍ଡପଡା ତହସିଲଦାର ହାତ ଗଣତି କେତେକ ପୋଲିସ କର୍ମଚାରୀଙ୍କ ସହ ଏକ ଜେସିବି ମେସିନ ନେଇ ନିର୍ମାଣଧିନ ଉକ୍ତ ରାସ୍ତା ନିକଟରେ ପହଁଚିଥିଲେ । ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଜେସିବି ମେସିନ ଯୋଗେ ରାସ୍ତା ଉପରୁ ମୋରମ ଉଠାଯାଇଥିଲା । ଏହି ଖବର ପାଇ ମର୍ଦ୍ଦରାଜପୁର ନୂଆସାହିର ଶତାଧିକ ଜନସାଧାରଣ ଉକ୍ତ ସ୍ଥାନରେ ପହଁଚି ରାସ୍ତା ଉପରୁ ମୋରମ ଓ ବାଲି ଉଠାଇବାକୁ ତୀବ୍ର ବିରୋଧ କରିଥିଲେ। ସେଠାରେ ଉପସ୍ଥିତ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଅଟକ ରଖିଛନ୍ତି । ଖବର ପାଇ ଖଣ୍ଡପଡା ଥାନା ଆଇଆଇସି ବିମଳ କୁମାର ମଲ୍ଲିକ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନିଜିତ ରାଉତ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ । ଏନେଇ ଉପଜିଲ୍ଲାପାଳଙ୍କ କହିବା ମୁତାବତ, ଲୋକମାନେ ତାଙ୍କ ଜିଦରେ ଅଟଳ ରହିବାରୁ କୈାଣସି ନିର୍ଜ୍ଜାସ ବାହାରି ପାରି ନାହିଁ ।



