 |
| Sakhigopal |
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କର ସରଳତାର ସୁଯୋଗ ନେଇ ସେହି ଗ୍ରାମର ଜଣେ ଦୁଇଟି ସନ୍ତାନର ଯୁବକ ଅମାନୁଷିକ ଭାବେ ଗୋଡହାତ ବାନ୍ଦି ବଳତ୍କାର କରିଛି । ଘଟଣା ଘଟିବାର ଚାରିଦିନ ପରେ ବି ଏବେ ପୋଲିସ ହାତ ଖାଲି ପଡିଛି । ଏହି ଘଟଣାକୁ ନେଇ ମହିଳା ସଂଗଠନ ଓ ବିଭିନ୍ନ ମହିଳା ସ୍ୱୋଛାସେବୀ ଅନୁଷ୍ଠାନ ମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି । ଅନ୍ୟ ପକ୍ଷେ ମହିଳା ମିଶନ ଶକ୍ତି ର ସଦସ୍ୟା ମାନେ ଏକ ଦାବୀ ପତ୍ର ପୁରୀ ଏସପିଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା କହିଛନ୍ତି ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସେ ଦାବି କରିଛନ୍ତି । ଅନ୍ୟ ପକ୍ଷେ ଡେଲାଙ୍ଗ ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା କହିଛନ୍ତି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ଏହି ଘଟଣାକୁ ନେଇ କେହି ରାଜନୀତି ନ କରିବାକୁ ସେ ନିବେଦନ କରିଛନ୍ତି । ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତ । ସେହିପରି କଂଗ୍ରେସ ମହିଳା ନେତ୍ରୀ ନିରୁପମା ପାତ୍ର କହିଛନ୍ତି ତୁରନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି । ଅନ୍ୟପକ୍ଷେ ସତ୍ୟବାଦୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଡାଉ ଜାରି ରଖିଛି । ବହୁ ଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ତଦନ୍ତ କାରୀ ଅଧିକାରୀ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି