 |
| natagarh |
ନୟାଗଡ଼-- ମଙ୍ଗଳବାର ସନ୍ଧ୍ୟା ୭ଟା୩୫ ମିନିଟ ସମୟରେ ଓଡ଼ଗାଁ କଲେଜ ରୋଡ଼ରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ୨ଟି ପରିବାରର ୭ଜଣ ସଦସ୍ୟ ଏକ ଅଟୋରିକ୍ସା ସାହାଯ୍ୟରେ ନୟାଗଡ଼ରୁ ଓଡ଼ଗାଁ ଅଭିମୁଖେ ଫେରୁଥିଲେ । ହଠାତ ଏକ କୁକୁର ରାସ୍ତା ମଝିକୁ ଆସି ଅଟୋ ସହିତ ଧକ୍କା ଖାଇବା ଫଳରେ ଅଟୋଟି ଭାରସାମ୍ୟ ହରାଇ ପିମିଟ କଲେଜ ନିକଟରେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ରବିଗାଡିଆ ଗ୍ରାମର ହୀନ ଖଟେଇ (୬୦) ଓ ପନ୍ତିଖାରୀ ଗ୍ରାମର ବାସନ୍ତୀ ଖଟେଇ(୩୪) ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀ ମାନଙ୍କ ଦ୍ୱାରା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଗସ୍ତ ଅଟୋଟିକୁ ଜବତ କରି ତଦନ୍ତ କରୁଛି।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ