ads

Breaking News

ଚାଉଳ ହେରଫେରକୁ ନେଇ ମିଥ୍ୟା ଅଭିଯୋଗ ; ସରପଞ୍ଚ ଓ ଯୋଗାଣ ସହାୟକ ମାନହାନି କେଶ ଦାୟାର ପାଇଁ ସଜବାଜ

  କନ୍ଧମାଳ----- -କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ ଅନ୍ତର୍ଗତ ପକାରି ଗ୍ରାମପଞ୍ଚାୟତ ର ଯୋଗାଣ ସମିତି ଓ ସରପଞ୍ଚଙ୍କ ସ୍ବାମୀଙ୍କ ଉପରେ ଚାଉଳ ବଣ୍ଟନ ହେରଫେର କଂଗ୍ରେସ ଗୋଷ୍ଠିର ମିଥ୍ୟା ପ୍ରଚାର,ଷଡଯନ୍ତ୍ର କଳପୋ କଳ୍ପିତ ବୋଲି କ୍ୟମେରା ଆଗରେ କହିଛନ୍ତି ସରପଞ୍ଚଙ୍କ ସ୍ବାମୀ ମଣ୍ଡେଲା ପ୍ରଧାନ ଓ ଯୋଗାଣ ସହାୟକ ।  ସୁଚନା ଯୋଗ୍ୟ ଯେ ଗତ କିଛିଦିନ ତଳେ ପକାରୀ ଉଳ୍ଳପ୍ରାଥମିକ ବିଦ୍ୟାଳରେ ଦ୍ଦୁନୀତିକୁ ନେଇ ସରପଞ୍ଚଙ୍କ ସ୍ବାମୀ ସ୍ବର ଉତ୍ତୋଳନ କରିଥିଲେ । ଏହାକୁ ଅପର ଗୋଷ୍ଠି ସହ୍ୟ କରିପାରିନଥିଲେ । ତାହାକୁ ନେଇ ସେଠାରେ ଦ୍ବନ୍ଦ ଦେଖାଯାଇଥିଲା । ରବିବାର ଦିନ ବାଲିଗୁଡାକୁ ମନ୍ତ୍ରୀ ଆସୁଥିବା ଖବର ପାଇ ସରପଞ୍ଚଙ୍କ ସ୍ବାମି ବାଲିଗୁଡା ଆସିଥିଲେ । ସେହି ସମୟରେ ଅପର ଗୋଷ୍ଠି ପଞ୍ଚାୟତରେ ଚାଉଳ ବଣ୍ଟନରେ ହେରଫେର ହୋଉଛି ବୋଲି ମିଥ୍ୟା ପ୍ରଚାର କରି ପଞ୍ଚାୟତରେ ତାଲା ପକାଇଥିଲେ । ସରପଞ୍ଚ ଏହା କଂଗ୍ରେସ ଦଳର ମିଥ୍ୟା ପ୍ରଚାର ,ସେମାନେ ପଞ୍ଚାୟତ ଉନ୍ନତି ଚାହୁଁନାହାନ୍ତି, ଲୋକଙ୍କ ଭଲ ଚାହୁଁ ନାହାଁନ୍ତି କହି ଅପର ପକ୍ଷ ମିଥ୍ୟାରେ ମୋତେ ବଦନାମ କରିବାକୁ ଚାହୁଁଛନ୍ତି । ଚାଉଳ ବଣ୍ଟନ ଯୋଗାଣ ସହାୟକ ଦ୍ବାରା ପରିଚାଳିତ ହୋଉଛି ଏଥିରେ ସରପଞ୍ଚ କିଭଳି ସଂପୃକ୍ତ ବୋଲି ପ୍ରଶ୍ନକରି ଚାବିକୁ ଭାଙ୍ଗି ଦେଇଥିଲେ । ଏବିଷୟରେ ସମିତି ସଭ୍ୟ ଅଙ୍ଗଦ ନାୟକ ,ଗ୍ରାମବାସୀ  ମଧ୍ୟ ଏହା ବିରୋଧୀ ଦଳର କୁ ଚକ୍ରାନ୍ତ ବୋଲି କହିଛନ୍ତି । ଭୋକ ବିକଳରେ ତାଟିଆ କାମୁଡ଼ା ନୀତି ଧରିଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ମିଥ୍ୟାର ସାହାରା ନେଇ ସରପଞ୍ଚଙ୍କୁ ବଦନାମ କରି ପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏବିଷୟରେ  ଯୋଗାଣ ସହାୟକଙ୍କ ଫୋନ ମାଧ୍ୟମରେ ପ୍ରତିକ୍ରୀୟା ନେଇଥିଲୁ ସେମଧ୍ୟ ଏହା ସଂପୂଣ୍ଣ ମିଥ୍ୟା ପ୍ରଚାର ,ସମସ୍ତଙ୍କୁ ଚାଉଳ ବଣ୍ଟନ କରାଯାଇଛି କେବଳ ଯେଉଁ ହିତାଧିକାରୀଙ୍କ ଆଧାର ନଂ ସହିତ ରାସନ କାର୍ଡର ଲିଙ୍କ ହୋଇନାହିଁ ସେହି ହିତାଧୀକାରି ମାନେ ଚାଉଳ ପାଇ ନାହାଁନ୍ତି  । ଆଧାର ଲିଙ୍କ ପରେ ସେମାନେ ଚାଉଳ ପାଇପାରିବେ ବୋଲି ହିତାଧିକାରୀ ମାନଙ୍କୁ ଜଣାଇ ଦିଆଯାଇଛି  । ବର୍ତ୍ତମାନ ଗୋଦାମରେ ଚାଉଳ ସମାନ ଷ୍ଟକ ଅଛି,କିଛି ହେରଫେର ହୋଇନାହିଁ ଉଚ୍ଚ କତୃପକ୍ଷ ଚାହିଁଲେ ସମସ୍ତ କାଗଜପତ୍ର ଓ ଷ୍ଟକ  ଚେକ କରିବେ ବୋଲି ପ୍ରକାଶ କରିଛନ୍ତି । କିଛି ସମ୍ବାଦ ପତ୍ର ଠିକ୍ ତଦନ୍ତ ନକରି ମୋ ବିରୋଧରେ ମିଥ୍ୟା ଖବର ପ୍ରକାଶନ କରିଛନ୍ତି। ଦରକାର ପଡିଲେ ମୁଁ ଆଇନର ଆଶ୍ରୟ ନେବା ସହିତ ସେମାନଙ୍କ ନାମରେ ମନହାନି କେଶ ଦାୟର କରିବି ବୋଲି ପ୍ରକାଶ କରିଛନ୍ତି।  କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts