ପର୍ଯ୍ୟଟକଙ୍କ ପାଇଁ ଆକର୍ଶଣୀୟ ହେଉଛି ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ
![]() |
| konark |
କୋଣାର୍କ ––––– ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଥମ ଥରପାଇଁ କୋଣାର୍କ–ପୁରୀ ବେଳାମାର୍ଗ ସାହୁଖଣତା ଠାରେ ଅତ୍ୟାଧୁନିକ ଟଣ୍ଟ ଭିଲେଜ ନିର୍ମାଣ କରାଯାଉଛି। ଗୁଜୁରାଟର କଛ ଠାରେ ଆୟୋଜିତ ରନ ଉତ୍ସବ ଢାାରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧୪ରୁ ଯାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ୪୯ଦିନ ଧରି କୋଣାର୍କ–ପୁରୀ ବେଳାମାର୍ଗର ଆୟୋଜିତ ହେଉଛି ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ–୨୦୧୯। ଏଠାରେ ପର୍ଯ୍ୟଟକମାନେ ବାଲୁଖଣ୍ତ ଅଭୟାରଣ୍ୟ ସଂଲଗ୍ନ ବଙ୍ଗୋପସାଗରର ସମୁଦ୍ର କୂଳରେ ନିମିର୍ତ ଅତ୍ୟାଧୁନିକ ଟେଣ୍ଟ ଭିଲେଜରେ ରାତ୍ରି ରହଣି କରିବା ସହିତ ସ୍ପା, ଜଳକ୍ରୀଡା, ଦୁଃସାହାସିକ କ୍ରୀଡା, ଆକାଶରେ ଉଡିବାର ମଜା, ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ, ହସ୍ତଶିଳ୍ପ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିପାରିବେ।
ଏହି ଇକୋ ରିଟ୍ରିଟ ଭିଳେଜରେ ୫ଟି ଶ୍ରେଣୀରେ ବିଳାଶପୂର୍ଣ୍ଣ ଟେଣ୍ଟ ଗୃହ ରହିଛି। ଏଠାରେ ଗୋଟାଏ ରାତ୍ରୀ ରହଣି ନିମନ୍ତେ ଦୁଇଜଣଙ୍କ ପାଇଁ ପ୍ରେସିଡେଣ୍ଟାଲ ଭିଲ୍ଲାର ମୂଲ୍ୟ ରହିଛି ୨୨, ୨୫ ଓ ୨୮ହଜାର ଟଙ୍କା, ରୟାଲ କୋଟେଜର ମୂଲ୍ୟ ରହିଛି
୧୮, ୨୦ ଓ ୨୨ହଜାର ଟଙ୍କା, ପ୍ରିମିୟମ କୋଟେଜ ମୂଲ୍ୟ ରହିଛି
୧୨, ୧୩ ଓ ୧୪ହଜାର ଟଙ୍କା ଡିଲକ୍ସ କୋଟେଜ ମୂଲ୍ୟ ରହିଛି
୯, ୧୦ ଓ ୧୧ହଜାର ଟଙ୍କା, ସେହିପରି କ୍ଲାସିକ କୋଟେଜର ମୂଲ୍ୟ ରହିଛି
୬, ୭ ଓ ୮ହଜାର ଟଙ୍କା ରହିଥିବା ବେଳେ ଅଧକ ଜଣଙ୍କ ପାଇଁ ୪ହଜାର ଟଙ୍କା ଅଧିକ ଦେବାକୁ ପଡିବ। ୬ହଜାର ଟଙ୍କାରୁ ୨୮ହଜାର ଟଙ୍କାରେ ପର୍ଯ୍ୟଟକମାନେ ରାତ୍ରିରହଣି ସହିତ ଚାହା, କଫି, ସ୍ନାକ୍ସ, ମଧ୍ୟାହ୍ନ ଭୋଜନ, ରାତ୍ରଭୋଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ପାରାସେଲିଙ୍ଗ୍ ପାରାମାଉଣ୍ଟିଙ୍ଗ, ଏଟିଭି, ଆରଚେରୀ, ରାଇଫଲ ସୁଟିଙ୍ଗ, ବାଇସାଇକଲ ଚାଳନା, ବିଚ୍ ଭଲି, ଜରବିଙ୍ଗ, ୱାଟର ରୋଲର, ଟ୍ରାମ୍ପପୋଲିନର ମଜା ଉଠାଇପାରିବେ। ଡିସେମ୍ବର ୨୫ ଓ ୩୧ ତାରିଖର ରାତ୍ରୀରହଣି ନିମନ୍ତେ ପ୍ରେସିଡେଣ୍ଟାଲ ଭିଲାର ୨୮ହଜାର, ରୟାଲ କୋଟେଜର ୨୨ହଜାର, ପ୍ରିମିୟମ କୋଟେଜ ୧୪ହଜାର, ଡିଲକ୍ସ କୋଟେଜ ୧୧ହଜାର ଓ କ୍ଲାସିକ କୋଟେଜର ମୂଲ୍ୟରହିଛି ୮ ହଜାରଙ୍କା। ପର୍ଯ୍ୟଟକଙ୍କ ସୂରକ୍ଷା ବେବସ୍ଥା, ଗମନାଗମନ, ପନୀୟ ଜଳ ଯୋଗାଣ ଇତ୍ୟାଦିର ସୁବନ୍ଦୋବସ୍ତ କରାଯାଇଛି। ଏହି ଇକୋ ରିଟ୍ରିଟ ଭିଲେଜ ମଧ୍ୟରେ ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧନିକ ଶୀତତାପ ନିୟନ୍ତ୍ରୀ
ଟେଣ୍ଟ ଗୃହ ନିର୍ମାଣ କରାଯାଉଛି। ରଙ୍ଗ ବେରଙ୍ଗ ଆଲୋକମାଳାରେ ଇକୋ ରିଟ୍ରିଟ ଭିଲେଜ ପରିସର ସଜଇ ହୋଇଛି। ପର୍ଯ୍ୟଟକଙ୍କୁ ବେଳାମାର୍ଗ ରାସ୍ତାରୁ ଇକୋ ରିଟ୍ରିଟ ଭିଲେଜ ପରିସରକୁ ନବା ଆଣିବା ପାଇଁ ବେଟ୍ରିଚାଳିତ ଯାନର ବ୍ୟବସ୍ଥା କରାଯାଇଛି। ଉଦ୍ଘାଟନି ଦିବସରେ ଭାରତର ପ୍ରସିଦ୍ଦ ୟୁଫୋରିଆ ମିୟୁଜିକା ଗୃପ୍ ପକ୍ଷରୁ ଷ୍ଟାର ନାଇଟି ଆୟୋଜନ କରାଯାଇଥିବା ବେଳେ ଆସନ୍ତା ୨୧ ତାରିଖରେ ଇଣ୍ତିଆନ ଓସେନ, ୨୫ତାରିଖରେ ହର୍ଶଦୀପ କୁମାର, ୩୦ ତାରିଖରେ ମମି ଖାନ, ଯାନୁୟାରୀ ୪ତାରିଖରେ ବେନି ଦୟାଳ, ୧୧ ତାରିଖରେ ପାନୋ, ୧୮ ତାରିଖରେ ଦିବ୍ୟ କୁମାର, ୨୩ ତାରିଖରେ ସଲିମ ସୁଲେମାନ, ୩୧ ତାରିଖରେ କ୍ରିଷ୍ଣା ବେଉରା ମିୟୁଜିକାଲ ଗୃପ ପକ୍ଷରୁ ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଷ୍ଟାର ନାଇଟ ଆୟୋଜନ କରାଯିବ। ଆଜି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ଗଜେନ୍ଦ୍ର ପଣ୍ତା ଓ ସାଥୀଙ୍କ ପକ୍ଷରୁ ଓଡିଶୀ ପରିବେଷଣ କରାଯାଇଥିବା ବେଳେ ସମ୍ବଳପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ବୋଲାମାର୍ଗରେ କୋଣାର୍କ ଓ ପୁରୀ ଆଡକୁ ଏକ କିଲୋ ମିଟର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ଯାନବାହାନ ରଖି ଉତ୍ସବ ସ୍ଥଳକୁ ଆସୁଥିବା ବେଳେ ଟ୍ରାଫିକ ସମସ୍ୟା ଓ ସୂରକ୍ଷା ବ୍ୟବସ୍ତା ପ୍ରତି କେହି ଧ୍ୟାନ ଦେଉନଥିବା ଅଭିଯୋଗ ମାନ ହେଉଛି ।
କୋଣାର୍କରୁ ଅଜିତ କୁମାର ମଲିକ






