ads

Breaking News

କନ୍ଧମାଳ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ: ଓଡ଼ିଆ ସାହିତ୍ୟ ସମସ୍ତଙ୍କ ଠାରୁ ଆଗରେ


କନ୍ଧମାଳ--------.କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତିଭବନ ପରିସରରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ କାର୍ଯ୍ୟ ନିର୍ବାହୀ ସଦସ୍ୟ ତଥା କବି ଅମରେଶ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ, ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ରବୀନ୍ଦ୍ରନାଥ ମିଶ୍ର ପ୍ରମୁଖ ଯୋଗଦେଇ କନ୍ଧମାଳ ମାଟି, ପାଣି, ପବନରେ ସାହିତ୍ୟ ଭରି ରହିଛି। ସାହିତ୍ୟ ଆଦ୍ୟ ସମାଜରୁ ରହିଛି। ତେଣୁ କୌଣସି ସ୍ଥାନ ଓଡ଼ିଆ ସାହିତ୍ୟଠାରୁ ଦୂରରେ ନାହିଁ। ଓଡ଼ିଆ ସାହିତ୍ୟ ସମସ୍ତଙ୍କ ଆଗରେ ରହିଛି ଓ ରହିବ । ସାହିତ୍ୟ ପାଇଁ ସାହିତ୍ୟିକ  ନିଜେ ନିଜକୁ ଚରିତ୍ର ସହ ଲୀନ କରିବାକୁ ହେବ। ତାହା ହେଲେ ଉତ୍ତମ ସାହିତ୍ୟ ସୃଷ୍ଟି ହେବା ସହ ସମସ୍ତଙ୍କ ହୃଦୟକୁ ଛୁଇଁବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ସାହିତ୍ୟିକ ଜ୍ୟୋତି ନନ୍ଦ, ସାହିତ୍ୟ ଘରର ରାଜ୍ୟ ସଂଯୋଜକ ଶୁଭଶ୍ରୀ ଲେଙ୍କା, ରବୀନ୍ଦ୍ର ନାଥ ମିଶ୍ର, ଜ୍ୟୋତିର୍ମୟୀ କହଁର, ଡ. ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ"କନ୍ଧମାଳ ଓଡ଼ିଆ ସାହିତ୍ୟଠୁ କେତେ ପାଖ, କେତେଦୂର" ବିଷୟବସ୍ତୂ ଉପରେ ଆଲୋଚନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ସାହିତ୍ୟରେ ଅବହେଳିତ ସ୍ବର ଉପରେ ଆଲୋଚନା ହୋଇଥିଲା। ରଞ୍ଜନ ପ୍ରଧାନ, କ୍ଷେତ୍ରବାସୀ ମାନସେଠ୍‌, ପ୍ରଦୀପ କହଁର, ବିଦେଶୀ ନାୟକ, କେଦାର ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ କବିତା ଆସରରେ ବହୁ ସଂଖ୍ୟାରେ କବି ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରଶ୍ମୀରଞ୍ଜନ ପରିଡା, ଦେବାଶିଷ ସାମନ୍ତରାୟ, ସିତାଂଶୁ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା
 M panda
Kandhamala

ads

Blog Archive

Popular Posts