ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକର ବଳରାମପୁରଗଡ ଗ୍ରାମ ପଞ୍ଚାୟତର ବୁଢ଼ାକେରା ଗ୍ରାମରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡ. ଅଭୟ ମିଶ୍ର ସ୍ମାରକି ଆସୋସିଏସନ ପକ୍ଷରୁ ରବିବାର ଦିନ କେତକି ପାଟଣା ହାଇସ୍କୁଲ ପରିସରରେ ଏକ ଶକ୍ତ ଦାନ ଶିବିର ଆୟାଜନ ହୋଇଯାଇଛି । ପୁରୀ ରକ୍ତ ଭଣ୍ଡାରରୁ ଫାର୍ମାସିଷ୍ଟ ଶ୍ରୀନିବାସ ମହାନ୍ତି ଓ ଜିତେନ୍ଦ୍ର ନାୟକ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ପ୍ରାୟ ୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଅନୁଷ୍ଠାନର ସଂଯୋଜକ ଦିପୁ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି । ପ୍ରଫୁଲ ପରିଡା, ସନ୍ତୋଷ ମାଝି, ପବିତ୍ର ପରିଡା, ରଣଜିତ ରାଉତରାୟପ୍ରସନ୍ନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 |
| Sakhigopal |