ସତ୍ୟବାଦୀରେ ଓଡିଶୀ ସଂକୀର୍ତ୍ତନ ମହୋତ୍ସବ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ହରିସହଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘ ଓଡିଶା ପକ୍ଷରୁ ବ୍ଳକ ସ୍ତରୀୟ ସଂକୀର୍ତ୍ତିନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ହରି ସହଦେବ ସଂକୀର୍ତ୍ତନ ସେବା ଓ ଲୋକ କଳା ବିକାଶ ମିଳିତ ସଂଘ ପକ୍ଷରୁ ଏହି ମହୋତ୍ସବର ଆୟାଜନ କରାଯାଇଥିଲା । ଏଥିରେ ବଳପୁର ପଣ୍ଡାସାହି ବେହେରାସାହି, ଆନନ୍ଦପୁର, କୁସୁମେଶ୍ୱର, ବୁଢ଼ାକେରା, ମାଳସାହି, ବାଗଲପୁର, ପାରେକେଣା, ବିଲସାହି, ଡିହସାହି, ଇଟାତଳି, କହଳପଡା, ବିଦ୍ୟାଧରପୁର, ଦିପିଦେଉଳି, ପାଟେଣା ଗ୍ରାମର ସଂକୀର୍ତ୍ତନ ଦଳ ଯୋଗଦେଇ ସେମାନଙ୍କର ସଂକୀର୍ତ୍ତନ ସମୂହ ଗାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବଳପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ତ୍ରିପାଥ ମହାପାତ୍ର, ସଂକୀର୍ତ୍ତନ ମହାସଂଘର ରାଜ୍ୟ ସଭାପତି ବିପ୍ରବର ସାହୁ, ରାଜ୍ୟ ମୁଖ୍ୟ ଉପଦେଷ୍ଠା ସୌମ୍ୟ ରଞ୍ଜନ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ବିପିନି ବିହାରୀ ଦାସ, ଓ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ଆମର କଳା, ସଂସ୍କୃତି, ପରମ୍ପରାକୁ ବିଭିନ୍ନ ମାଧ୍ୟମରେ ପ୍ରଚାର ପ୍ରସାର କରିବା ଦରକାର ବୋଲି ମତ ପ୍ରକାଶ ପାଇଥିଲା । ଆମ ସଂକୀର୍ତ୍ତନକୁ ଆମେ ହିଁ ବଞ୍ଚେଇ ରଖିପାରିବା ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସେହିପରି ରାଜ୍ୟ ସରକାର କଳାକାର ମାନଙ୍କୁ ଭର୍ତ୍ତା ପ୍ରଦାନ କରିଥିଲେ । ମାତ୍ର କେତକ କାରଣ ବଶତଃ କିଛି କଳାକାର ମାନେ ଭର୍ତ୍ତାରୁ ବଞ୍ଚିତ ରହିଛନ୍ତି । ଏପରିକି ସଠିକ କଳାକାର ମାନେ ଭର୍ତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଭର୍ତ୍ତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ସମସ୍ତ ସଂକୀର୍ତ୍ତନ କଳାକାର ମାନଙ୍କୁ ମାନପତ୍ର ଦିଆଯିବା ପାଇଁ ପ୍ରସ୍ତାବ କରାଯାଇଥିଲା । ମାର୍ଚ୍ଚ ୧୬ ତାରିଖରେ ଡେଲାଙ୍ଗ ବ୍ଳକର ହରିରାଜପୁର ମେଳଣ ପଡିଆରେ ବଡ ଧରଣର ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହେବ ସେଠାରେ ସମସ୍ତ ସଂକୀର୍ତ୍ତନ ଦଳ ଯୋଗଦେବା ପାଇଁ ସଭାପତି ନିବେଦନ କରିଥିଲେ । ଏହି ସଂକୀର୍ତ୍ତନ ମହୋତ୍ସବରେ ବଳପୁର ପଞ୍ଚାୟତର ସରପଞ୍ଚ ଉକ୍ତ ପଞ୍ଚାୟତର ସଂକୀର୍ତ୍ତନ ଦଳର ଉନ୍ନତି ପାଇଁ ଆର୍ଥିକ ସହାର୍ଯ୍ୟ ଯୋଗାଇ ଦେବାକୁ ସେ କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



