ads

Breaking News

ଶ୍ରୀ ମା ଅରବିନ୍ଦଙ୍କ ଦେହାଂଶ ପ୍ରତିଷ୍ଠାର ସପ୍ତମ ବାର୍ଷିକ ଉତ୍ସବ

କୁଜଙ୍ଗ----- ତିର୍ତ୍ତୋଲ ନିକଟସ୍ଥ ମହାନଦୀ ପଠା ସ୍ଥିତ ଅରୋମୀରା ଦିବ୍ୟଜ୍ୟୋତି ଆଶ୍ରମ ପରିସରରେ ପରମ ପ୍ରଭୂ ଶ୍ରୀଅରବିନ୍ଦଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠାର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପତାକା ଉତ୍ତୋଳନ, ମାତୃ ସଂଗୀତ ଗାନ, ସମବେତ ଧ୍ୟାନ, ପାଠଚକ୍ର ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ ‘ବିବର୍ତ୍ତନ ଓ ଅତିମାନସ’ ଶିର୍ଷକ ଆଲୋଚନା ଚକ୍ର ମାତୃ ସେବକ ବାସୁଦେବ ମଲ୍ଲଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ମାତୃ ଉପାସକ ଜୟକୃଷ୍ଣ ସ୍ୱାଇଁ, ଇଂ ହେମନ୍ତ କିଶୋର ଦାସ, ପ୍ରଭୂ ପ୍ରସାଦ ଦାସ, ଚିତ୍ତରଞ୍ଜନ ସାମଲ, ବିକାଶ ଚନ୍ଦ୍ର ପ୍ରଧାନ, ମନୋଜ କିଶୋର ମନୋହାରି, ମୀରାରାଣୀ ବଳ, ଶୈ÷ଳବାଳା ବଳବନ୍ତରାୟ, ପ୍ରସନ୍ନ କୁମାର ସ୍ୱାଇଁ, ଚୈତନ୍ୟ ଜେନା, ପଞ୍ଚାନନ ସାହୁ ପ୍ରମୁଖ ଯୋଗଦେଇ ଠାକୁରଙ୍କ ମହିମା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ  । ଏହି ଅବସରରେ ମାତୃ ଉପାସକ ମୀରାରାଣୀ ଦାସଙ୍କ ଜନ୍ମଦିବସ ଉପଲକ୍ଷେ କେକ କାଟି ପାଳନ କରାଯାଇଥିଲା । ଏଥିରେ ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ମାତୃପ୍ରେମୀ ଉପସ୍ଥିତରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
P mohapatra
jagasinghpur
 ଜଗତସିହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts