ads

Breaking News

୭୦ତମ ବନ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟରେ ଚାରା ରୋପଣ ଓ ଚାରା ବଣ୍ଟନ

 ସାକ୍ଷୀଗୋପାଳ ----୭୦ତମ ବନମହୋତ୍ସ ସପ୍ତାହ ଅବସରରେ ସତ୍ୟବାଦୀ ବ୍ଳକ ସ୍ଥିତ ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ଗବକୁଣ୍ଡ ସ୍ଥିତ  ଜୟଦୁର୍ଗା  ନୋଡାଲ ହାଇସ୍କୁଲ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ସତ୍ୟବାଦୀ ବ୍ଳକର ୩୩ନଂ ଜିଲ୍ଲା ପରିଷଦସଭ୍ୟ ଧୁବ ଚରଣ ଦାଶ  । ସଭା କାର୍ଯ୍ୟ ଆରମ୍ଭରୁ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ  । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ଅବସର ପ୍ରାପ୍ତଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ପୁରୀ  । ଅତିଥି ଭାବେ ପୁରୀ ଡିଏଫଓ ହର୍ଷବର୍ଦ୍ଦନ ଉଦ୍ଗାତା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକମକୁ ଶୁଭାରମ୍ବ କରିଥିଲେ  । ଫାନି ବାତ୍ୟାରେ ଉକ୍ତ ଅଞ୍ଚଳରେ ଯେଉଁପରି ମାଣର ଗଛ ଭାଙ୍ଗିଛି ତାହା ପୁରଣ କରିବାକୁ ଆମକୁ ଶତାଧିକ ବର୍ଶ ଲାଗିଯିବ ବୋଲି ଡିଏଫଓ କହିଥିଲେ  । ଏଣୁ ଯାହା କିଛି ଆମ ହାତରେ ହୋଇ ପାରିବ ଆମେ ସେତିକି କରିବା ନିହାତି ଆବଶ୍ୟକତା ରହିଛି ଏଣୁ ସଭାରେ ଉପସ୍ଥିତ ଥିବା ଚାଷୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ କରିବାକୁ ସେ ସମସ୍ତଙ୍କୁ ନିବଦେନ କରିଥିଲେ  । ସଂଘର ସଭାପତି ଉଲ୍ଲାସ ବେହେରା ସଭାରେ ଅଧ୍ୟକ୍ଷତା କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଲୋକନାଥ ମହାନ୍ତି, ସାଧାରଣ ସମ୍ପାଦକ ଲମ୍ବୋଦର ସାହୁ, କୋଷାଧ୍ୟକ୍ଷ ମୁକ୍ତିକାନ୍ତ ଦାସ , ସଂଘର ସଦସ୍ୟା ଜୟଦେବ ଆଚାର୍ଯ୍ୟ, ଯୁଗଳ କିଶୋର କାନୁନଗୋ, ନିରଞ୍ଜନ ପ୍ରଦାନ, ସୁଭ୍ରାଂଶୁ କୁମାର ପଟ୍ଟନାୟକ, କେଦାର ନାଥ ପତି, ଭୀମସେନ ମଙ୍ଗରାଜ, ପଦ୍ମଲୋଚନ ମହାପାତ୍ର ଓ ସ୍ଥାନୀୟ ସରପଞ୍ଚ ବାସନ୍ତୀ ବେହେରା , ନାୟବ ସରପଞ୍ଚପ୍ରଫୁଲ ଚନ୍ଦ୍ର ମିଶ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ  । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବୃକ୍ଷ ହିଁ ଜୀବନ ଏକ କୁଇଜ ପ୍ରତିଯୋଗିତା କରାଯାଇଥିଲା  । ଏଥିରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କୃତ କରିଥିଲେ  । ପରେ ପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଫୁଲ ଗଛ ଓ ଆମ୍ବ, ପଣସ, ଝାଉଁ, ଆକାଶିଆ ପ୍ରାୟ ୨ଶହ ଚାରା ରୋପଣ କରାଯାଇଥିଲା  ।  ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ କବିତା କୁମାର ଦେବୀ ଧନ୍ୟବାଦ ଦେଇଥିଲେ  । ଜଙ୍ଗଲ ବିଭାଗ ପକ୍ଷରୁ ଗବକୁଣ୍ଡ ଠାରେ ଥିବା ନଡିଆ ନିଲାମ କେନ୍ଦ୍ର ପରିସରରେ ଚାଷୀ ମାନଙ୍କ ପାଇଁ ଚାରା ପ୍ରଦାନ କରାଯାଇଥିଲା  । ଜଣଙ୍କୁ ୧୦ଟି ଝାଉଁ ଓ ଆକାଶିଆ ଚାରା ବଣ୍ଟନ କରାଯାଇଥିଲା  ।  ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ପ୍ରାୟ ୩ଶହ ଚାଷୀଙ୍କୁ ୩ ହଜାର ଚାରା ବଣ୍ଟନ କରାଯାଇଥିବା ଡିଏଫଓ ଙ୍କ ଠାରୁ ପ୍ରକାଶ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive