ads

Breaking News

ଆମେ କେବେ ସଚେତନ ହବା



 ଓଡ଼ଗାଁ----  ପରିବେଶ ସୁରକ୍ଷା ତଥା ସ୍ଵଛ ଭାରତ ମିଶନ ପାଇଁ ସରକାର ଅନେକ ଅର୍ଥ ବ୍ୟୟ କରୁଛନ୍ତି।କିନ୍ତୁ ଏ ସବୁ ଯୋଜନା  ବିଫଳ । ଏଥିପାଇଁ ରାଜ୍ୟ ସରକାର ଙ୍କ ସେପରି ଦୋଷ ନାହିଁ । ଦୋଷ ହୋଉଛି ଆମ ସମାଜର । ସିକିମ ଭଳି ରାଜ୍ୟରେ ରାସ୍ତା କଡରେ ପରିଶ୍ରା କରିବା ବା ପାନ ଗୁଟୁକା ଛେପ ପକେଇବା ପାଇଁ ୫୦୦ଟଙ୍କା ଜୋରିମାନା ଏବଂ ଅପରପକ୍ଷରେ ଜେଲ ଦଣ୍ଡର ନିୟମ ରହିଛି । ଗାଡ଼ିରେ ଡଷ୍ଟବିନ ଥାଏ।ଏପରିକି ରାସ୍ତାରେ କେହି ଚକଲେଟ ଏବଂ ବିସ୍କୁଟ କରି ବି ଫିଙ୍ଗିପାରିବେନି ନିୟମ କଡ଼ାକଡ଼ି ପାଳନ କରାଯାଉଛି । ଆମ  ରାଜ୍ୟରେ ଫଳ କିନ୍ତୁ ଓଲଟା। ଓଡ଼ଗାଁ ଥାନା ସମ୍ମୁଖରେ ରାଜ୍ୟ ସରକାର ନିର୍ମାଣ କରିଛନ୍ତି ସୁଲଭ ଶୌଚାଳୟ। କର୍ମଚାରୀ ଜଣେ ବି ନିଯୁକ୍ତ ହୋଇଛନ୍ତି  । ଶୌଚାଳୟ ବି ସମ୍ପୂର୍ଣ୍ଣ ପରିସ୍କାର ରୁହେ।କିନ୍ତୁ ଲୋକମାନେ ଖୋଲାରେ ପରିଶ୍ରା କରନ୍ତି,ତାହା ବି ଶୌଚାଳୟ ନିକଟରେ।ତେବେ ଦେଖିବାକୁ ବାକି ରହିଲା ଆମେ କେବେ ସଚେତନ ହବା?କେବେ ବଦଳିବ ଆମ ମାନସିକତା??
 ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts