ads

Breaking News

ଓଡ଼ଗାଁ ବ୍ଲକର ଗୌଡ଼ପୁଟ ରାସ୍ତା ମରଣଯନ୍ତା

 ଓଡ଼ଗାଁ- ଓଡ଼ଗାଁ ବ୍ଲକରୁ ମାତ୍ର ୭କିଲୋମିଟର ଦୂରରେ ଗୌଡ଼ପୁଟ ପଞ୍ଚାୟତ । ଗୌଡ଼ପୁଟର ବନ୍ଧସାହିରୁ ଧବଳେଇ ରାସ୍ତାରେ ଦୁଆଣ୍ଟ ନଦୀ ଉପରେ ପାଞ୍ଚବର୍ଷ ହେଲା ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି ଯେ ସରିବାର ନାଁ ଗନ୍ଦ ଧରୁ ନାହିଁ।  ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟ ଏବଂ ଗୌଡ଼ପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶହ ଶହ ଛାତ୍ରଛାତ୍ରୀ ଯିବାଆସିବା କରନ୍ତି।ନନ୍ଦିଘୋରରୁ ବୁଢ଼ାବୁଢିଆଣି ଡ୍ୟାମକୁ ଯିବାକୁ ହେଲେ ଏହି ରାସ୍ତାରେ ଯିବାକୁ ପଡ଼େ।ଯଥାଶୀଘ୍ର ଏହି ରାସ୍ତାନିର୍ମାଣ କାର୍ଯ୍ୟ ସାରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ସ୍ଥାନୀୟ ଲୋକମାନେ ଓହ୍ଲାଇବେ ବୋଲି କହିଛନ୍ତି ।

 ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts