ads

Breaking News

ସୁକୁଟାପାଲି ଶିବ ମନ୍ଦିରରେ ସରାବନ ପାଟିର ପୂଜାର୍ଚ୍ଚନା

ଅତାବିରା ----- ବରଗଡ଼ଜିଲ୍ଲା ଅତାବିରା ବ୍ଲକ ମନାପଡା ପଞ୍ଚାୟତ ସୁକୁଟାପାଲି ବିଶ୍ୱନାଥ ଶିବମନ୍ଦିରରେ  ସରାବନ ପାଟିର ପୂଜାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ମହୋତ୍ସବଟି ଶରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।   ଆଖପାଖ ବିଭିନ୍ନ ଗାଁ ଗଣ୍ଡାର ସଦସ୍ୟମାନେ ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ସରାବନ ପାଟି ପୂଜାମହୋତ୍ସଵ ଆୟୋଜନ କରିଛନ୍ତି । ଏହି ମହୋତ୍ସବଟି ଦୀର୍ଘ ଚାଳିଶ ବର୍ଷରୁ ହୋଇଆସୁଥିବା ଅନୁଷ୍ଠାନ ପକ୍ଷରୁ ଜଣାପଡିଛି ।  ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ସରାବନ ପାଟିକୁ ନିଜର ଦୁଃଖ ଜଣାଇବା ପରେ ସରାବନ ପାଟି ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି। ଏଥିରେ ବହୁ ଭକ୍ତଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି ବାବା ବିଶ୍ୱନାଥ ବୋଲି ସରାବନ ପାଟିର ସଦସ୍ଯ ମାନେ କହିଥାନ୍ତି।  ଏହି ଅବସରରେ ବହୁ ଦୁଃଖୀରଙ୍କି ମାନସିକ କରି ପୂଜାର୍ଚ୍ଚନା ସହ ଭକ୍ତମାନେ ଅନ୍ନପ୍ରସାଦ ସେବନ କରି ବିଶ୍ୱନାଥଙ୍କର କୃପାଲାଭ କରିଥାନ୍ତି। ମାତ୍ର ଯାହାକି ଏବେ ଅବ୍ୟବସ୍ଥିତ ପରିବେଶରେ ପଡିରହିଛି ଏହି ଦେବାଳୟ । ବରଗଡ଼-ସମ୍ବଲପୁର ୱେ ୫୩ନଂ ଜାତୀୟରାଜପଥ କଡରେ ରହିଥିବା ବେଳେ ଦୁଇଟି ବଡ଼ବଡ଼ ପୋଖରୀ ପାର୍ଶ୍ୱରେ ବିଶ୍ୱନାଥଙ୍କ ମନ୍ଦିର ରହିଛି। ବିଶ୍ୱନାଥଙ୍କ ଦର୍ଶନ ପାଇଁ ସ୍ଥାନୀୟ ସରପଞ୍ଚ,ଜନ ପ୍ରତିନିଧି ମାନଙ୍କ ଠୁଁ ଆରମ୍ଭ କରି ଏମ୍ଏଲଏ ପର୍ଯନ୍ତ ବହୁ ରାଜନୈତିକ ଦଳର ନେତା ମାନେ ଆସିଥାନ୍ତି ।  ଏବେ ବର୍ଷା କଳ ଠାକୁର ମନ୍ଦିର କୁଳ  ଖାଇଯାଇ ମନ୍ଦିର ସାମ୍ନାକୁ ପାଣି ଆସୁଛି । ଏ ସମ୍ପର୍କରେ ରାଜନୈତିକ ନେତା ମାନେ ଖାଲି ଫମ୍ପା ପ୍ରତିଶୃତି ଦେଇ ଚାଲିଯାଉଛନ୍ତି ବୋଲି ମନ୍ଦିର ପୂଜକ ତଥା ଗାଁ ର ଭଦ୍ରବ୍ୟକ୍ତି ମାନେ କହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.....

ads

Blog Archive

Popular Posts