ads

Breaking News

ବାଳକାଟିରେ ୮୩ ୟୁନିଟ ରକ୍ତ ସଂଗ୍ରହ

 ବାଳକାଟି---- ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ସମନ୍ନୀତ ଶିଶୁ ବିକାଶ ଯୋଜନା ଓ ଆଲିଅନ୍ତା  ପଞ୍ଚାୟତ ସମିତିର ମିଳିତ ସହଯୋଗରେ ରକ୍ତଦାନ ଶିବିର ଶନିବାର ଦିନ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ  ହୋଇଯାଇଛି । ଏହି ଶିବିରକୁ ସ୍ଥାନୀୟ ବିଧାୟକ ଡ. ଅରବିନ୍ଦ ଡାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ପରେ ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମହାପାତ୍ର , ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ତନ୍ମୟ ତ୍ରିପାଠୀଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କେ ଆଲେଚନା କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସମନ୍ନୀତ ଶିଶୁ ବିକାଶ ଅଧିକାରୀଣି ଝୁନୁ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ପ୍ରସାଦ, ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦୀ, ଜନସ୍ୱାସ୍ଥ୍ୟ ସମ୍ପସାରଣ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିପିଏମ ଅତସି ମହାନ୍ତି, ଡା, ମାନବ ମଧୁଜିତ,ଯୁବନେତା ଅରବିନ୍ଦ ସାହୁ ପ୍ରମୁକ ଯୋଗଦେଇଥିଲେ  । ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟ କର୍ମୀ ମାନେ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ  ।
ବାଳକାଟିରୁ ଗୋବର୍ଦ୍ଧନ ଦାସ

ads

Blog Archive

Popular Posts