ads

Breaking News

ବାବେବିରା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ


ବରଗଡ--- ବାବେବିରା ଉଚ୍ଚ ବିଦ୍ୟାଳୟ ପରିସରରେ ଇକୋ କ୍ଳବ ପକ୍ଷରୁ  ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଳପ୍ରଧାନ ସଭାପତିତ୍ୱ କରିଥବା ବେଳେ ମୁଖ୍ୟ ଅତିଥି ଭାବେ ତହସିଲଦାର ହୃଦାନନ୍ଦ ଅଢ଼ା, ସରପଞ୍ଚ ସବୀତା ଦୀପ ସମ୍ମାନୀତ ଅତିଥି ଅନ୍ୟତମ ଅତିଥି  ମଧ୍ୟରେ ହୃଷିକେଶ ବାରା  ଯୋଗଦେଇ ବୃକ୍ଷ ହିଁ ଜୀବନ ଓ ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ଚିନ୍ତା କରୁଛନ୍ତି ପୃଥିବୀକୁ ବଞ୍ଚାଇବାକୁ ହେଲେ ସବୁଜ ବଳୟ ସୃଷ୍ଟି କରିବାକୁ ହେବ ବୋଲି ଅତିଥି ମାନେ କହିଥିଲେ  । ଇକୋ କ୍ଳବର ଅଧିକାରୀ ଅମୃତ କୁମାର ବାରିକ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କେ ମତ ପ୍ରକାଶ କରିଥିଲେ  । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବକ୍ୁତା ଓ ଚ୍ରିକାଙ୍କନ ପ୍ରତିଯୋଗିତା କରାଯାଇଥିଲା  ।  ବକ୍ତୁତାରେ ଦିବ୍ୟାନୀ ନାଗ ୧ମ, ଆଶା ନାଗ୨ୟ ଲିଖ ପ୍ରଧାନ ୩ୟ ସ୍ଥାନ ଅଧିକାର କରିଥବା ବେଳେ ଚିତ୍ରାଙ୍କନ ବିଭାଗରେ ଲିନା ପେରା ପ୍ରଥମ, ଦୀପାଞ୍ଜଳି ଭୁଏ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ  ଦୀପା ବାଗ  । ଅତିଥି ମାନେ ପିଲାମାନଙ୍କୁ ପୁରଷ୍ୃତ କରିଥିଲେ  । ଅଁଳା, ଡାଲିମ୍ବ, ଅମୃତଭଣ୍ଡା, ଶାଗୁଆନ, ସେସୁଆଁ, ରାଧାଚୁଡା , କୃଷ୍ଣଚୁଡା ଶିଶୁ ଆଦି ଗଛ ଲଗାଯାଇଥିଲା  ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ

ads

Blog Archive

Popular Posts