ads

Breaking News

ଓଡଗାଁ ବ୍ଳକର ରାବରା ଗ୍ରାମ ପଞ୍ଚାୟତର ରାସ୍ତାର ଅବସ୍ଥା ଶୋଚନୀୟ

ଓଡଗାଁ---  ନୟାଗଡ ଜିଲ୍ଲାର ଓଡଗାଁ ବ୍ଳକର ରାବରା ଗ୍ରାମ ପଞ୍ଚାୟତର ରାସ୍ତାର ଅବସ୍ଥା ନିଜ ଆଖିରେ ନ ଦେଖିଲେ କେହି ବି ବିଶ୍ୱାସ କରି ପାରିବେ ନାହିଁ  । ରାସ୍ତା ଅବସ୍ଥା ଏପରି ହୋଇଛି ଚୋର ମଦ୍ୟ ଭୟ କରିବ । ରାବରା ଗ୍ରାମର ମୁଖ୍ୟ ରାସ୍ତା ଏବେ ମରଣଯନ୍ତ୍ର ସାଜିଛି ବୋଲି ଗ୍ରାମବାସୀ ମାନେ କହନ୍ତି । ଏହି ରାସ୍ତା ଉପରେ ୩ହଜାର ଲୋକମାନେ ନିର୍ଭର କରିଥାନ୍ତି । ଏହି ରାସ୍ତା ରାବରା ଗ୍ରାମରୁ ଓଡଗାଁ କଲେଜ ସହିତ ସଂଯୋଗ ହୋଇଛି । ଏହି ରାସ୍ତା ଉପରେ ଯାତାୟତ କରୁଥିବା କଲେଜ ଛାତ୍ର ଛାତ୍ରୀ ଏବେ ପ୍ରାୟ ୬ କିଲୋମିଟର ବୁଲିକି ଯାଉଛନ୍ତି । ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି । ଅନ୍ୟପକ୍ଷେ ମନ୍ତ୍ରୀ ଡ. ଅରୁଣ ସାହୁ ଜନସାଧାଣଙ୍କ ନିକଟତର ହେବା ପାଇଁ ସିଧା ସଳକ ଭାବେ ସମ୍ପର୍କ ରଖିବା ପାଇଁ ବସଷ୍ଟାଣ୍ଡରେ ଜନଶୁଣାଣି ଶିବିର କରୁଥିବା ବେଳେ ନୟାଗଡ ଠାରୁ ମାତ୍ର ଅଳ୍ପ ଦୁରରେ ଏପରି ରାସ୍ତା ରହିଛି ମନ୍ତ୍ରୀ ଶ୍ରୀ ସାହୁ କିପିର ଜାଣି ପାରିନାହାନ୍ତି ତାହା ଏବେ ଜନସାଧାରଣରେ ପ୍ରଶ୍ନବାଚୀ ହୋଇପଡିଛି । ସେ ଯାହାକିଛି ହେଉନା କାହିଁକି ଯୁଦ୍ଧକାଳୀନ ଭିତରେ ଉକ୍ତ ରାସ୍ତା ନିର୍ମାଣ କରିବା ପାଇଁ ରାବରା ଗ୍ରାମବାସୀ ମାନେ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଦେଖାଯାଉ ମନ୍ତ୍ରୀ କେବେ ଏହି ରାସ୍ତା ଉପରେ ନଜର ଦେଉଛନ୍ତି ତାହା ଦେଖିବା ପାଇଁ ରହିଲା  ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts