ads

Breaking News

ବିଦ୍ୟୁତ ବିଭାଗର ଖାମଖିଆଲ ପାଇଁ ପୁଣି ଜଣେ ଅସ୍ଥାୟୀ ବିଦ୍ୟୁତ ଶ୍ରମିକର ମୃତ୍ୟୁ



ପିପିଲି---–  ପୁରୀ -- ଭୁବନେଶ୍ବର ଜାତୀୟ ରାଜପଥର ମଙ୍ଗଳପୁରୁ ଛକ ଠାରେ ବିଦ୍ୟୁତ ଟ୍ରାନ୍ସଫର୍ମର କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀ ମୃତ୍ୟୁ ବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଏସ୍ କେ ଜବୁଲୁ। ମୃତକଙ୍କ ଘର ପଶ୍ଚିମବଙ୍ଗର ମାଲଦା ଠାରେ। ସେ ଏକ ଠିକା କମ୍ପାନୀ ପକ୍ଷରୁ ଫୋନି ରେ ବିଦ୍ୟୁତ ମରାମତି କାର୍ଯ୍ୟ ପାଇଁ ନିଜ ଟିମ ସହିତ ପିପିଲି କୁ  ଆସିଥିଲେ। ଆଜି ଅପରାହ୍ନରେ ମଙ୍ଗଳପୁର ଛକ ଠାରେ  ବିଦ୍ୟୁତ କାଟି ୧୧ କେଭି ଓ ଟ୍ରାନ୍ସଫମର କାମ କରିବା ସମୟରେ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା। କର୍ମଚାରୀ ଜଣଙ୍କ ଖୁଣ୍ଠ ଓ ତାରରେ ଲାଗି ଜଳି ଯାଇଥିଲେ । ଏପରିକି ତାଙ୍କର ଡାହାଣ ପଟ ହାତ ପାପୁଲି ଜଳି କି ତଳେ ପଡିଥିଲା  । ଅନ୍ୟ ପକ୍ଷେ ବିଦ୍ୟୁତ ବିଭାଗର ବିନା ଆଦେଶରେ କାର୍ଯ୍ୟ କରୁଥିବା ବିଦ୍ୟୁତ ବିଭାଗ ଏବେ ସଫେଇ ଦେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଘଟଣା ସ୍ଥଳ ରେ ଚାପା ଉତେଜନା ଲାଗି ରହିଥିଲା । 
 ଖବର ପାଇ ପିପିଲି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ କାଢ଼ିବା ପରେ ପିପିଲି ପୋଲିସ ଶବ ଟିକୁ ଜବତ କରି ତଦନ୍ତ ଚଳାଇଛି । ପିପିଲି ରୁ ବିଜୟ ମହାପାତ୍ର

ads

Blog Archive

Popular Posts