ads

Breaking News

ରାସ୍ତା,ଡ୍ରେନ,ଲାଇଟର ସମସ୍ୟା ନେଇ ଏନଏସି ଘେରିଲେ ନଂ୧୧ ୱାଡ଼ ବାସି


  ବରଗଡ଼ --  ବରଗଡ଼ ଜିଲ୍ଲାର  ଅତାବିରା ଏନଏସି ୭ବର୍ଷ ତଳେ ୧୨ଟି ୱାର୍ଡକୁ ନେଇ  ଗଠନ ହେଇଥିଲା । ସାତ ବର୍ଷ ତଳେ ଯାହା ଥିଲା ଆଜି ମଧ୍ୟ ସେହିପରି ରହିଛି । ରାଜନୈତିକ ନେତା ଓ ଏନଏସି ଅଧିକାରୀ ମାନଙ୍କ ଯୋଗୁ ଆଜି ଏନଏସି ର୍କ ଅବସ୍ଥା ଏପରି ହୋଇଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଏବେବି ସାଧାରଣ ମୌଳିକ ସୁବିଧାରୁ ବଂଚିତ ରହୁଛନ୍ତି ଏନଏସି ବାସୀ । ୧୨ଟି ୱାର୍ଡରେ କିଛି ନାଁ କିଛି ସମସ୍ୟାରେ ଜଡିତ ରହୁଥିବାବେଳେ କେଉଁ ୱାର୍ଡରେ ରାସ୍ତାରେ ଡ୍ରେନ ଭାଙ୍ଗି ନର୍ଦମା ପାଣି ବହୁଛି ତ ଆଉ କେଉଁ ୱାର୍ଡ ରେ କେବୁଲ ଟଣା ଯାଇଛି ହେଲେ ଲାଇଟ ର ବ୍ୟବସ୍ଥା ଆଜି ପର୍ଯନ୍ତ ହେଇପାରିନାହିଁ। ସେହିପରି ଏନଏସିରେ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏନଏସିର ୱାର୍ଡ ନଂ୧୧ର କୁଡ଼ାପଡା ନିକଟସ୍ଥ ଇନ୍ଦିରା ତଥା ମାଲିପଡାରେ। ଯାହାକି ଡ୍ରେନ ଭାଙ୍ଗି ରାସ୍ତାରେ ପାଣି ବହୁଛି ତ ଡ୍ରେନର ଡ୍ରେନେଜ ବ୍ୟବସ୍ଥା ନଥିବାଯୋଗୁଁ  ନଳା ପାଣିରେ ଲୋକେ ଯିବାଆସିବା କରୁଛନ୍ତି । ସେହିପରି ବିଦ୍ୟୁତ କେବୁଲ ଟଣା  ହୋଇଛି ହେଲେ ଲାଇଟ ଜଳୁ ନାହିଁ। ରାସ୍ତା ରେ ଅଳିଆ ଆବର୍ଜନା ଦିନ ଦିନ ଧରି ପଡିରହୁଛି। ବାରମ୍ବାର ୱାର୍ଡ କାଉନ ସିଲରଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ଦୃଢ ପଦକ୍ଷେପ ନେଉଥିବା ନଥିବାର ଅଭିଯୋଗ ସ୍ଥାନୀୟ ପଡ଼ାବାସୀ ମାନେ କରିଛନ୍ତି ।  ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତାବିରାଙ୍କୁ ଭେଟି ଅଭିଯୋଗ ଜଣାଇ ତୁରନ୍ତ ସମାଧାନର କରିବା ପାଇଁ ଦାବି କରିଥିଲେ। ନିର୍ବାହୀ ଅଧିକାରୀ  କୋଉ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା  ।
ବରଗଡ଼ରୁ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ.....

ads

Blog Archive

Popular Posts