ads

Breaking News

ମଗରବନ୍ଧରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ:



ଶରଣକୁଳ:ଦିନକୁ ଦିନ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି।ଏମାନେ ଜଙ୍ଗଲକୁ ଅବାଧରେ ଧ୍ୱଂସ କରିଚାଲିଛନ୍ତି।ଓଡ଼ଗାଁ ବନାଞ୍ଚଳର ରେଞ୍ଜର ରବୀନ୍ଦ୍ରନାଥ ପଣ୍ଡା, ଫରେଷ୍ଟର ସରିତା ବରାଡ଼,ମାନସିଂହ, ଗାର୍ଡ ପବିତ୍ର ପରିଡା,ସୁବାଷ ନାୟକ,ଅଶୋକ ମୁଦୁଲି ଏବଂ ପ୍ରୋଟେକ୍ସନ ସ୍କ୍ୱାର୍ଡଙ୍କୁ ନେଇ ଶରଣକୁଳ ଥାନା ଅନ୍ତର୍ଗତ ମଗରବନ୍ଧ ଗ୍ରାମର ତ୍ରିନାଥ ନାୟକ ଘରେ ସଦଳବଳେ ଚଢ଼ାଉ କରିଥିଲେ। ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ଶାଳ ଏବଂ ଶାଗୁଆନ କାଠ ଓ ପଟା ଜବତ କରିଥିଲେ।ଅଭିଯୁକ୍ତ ତ୍ରିନାଥ ନାୟକକୁ ଗିରଫ କରି ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଛି ।  ଏହିପରି ପ୍ରତିଦିନ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରହିବ ରେଞ୍ଜର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
 ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts