ads

Breaking News

ବିଦ୍ଯୁତ ସଂଯୋଗକୁ ନେଇ ଆକ୍ରମଣ : ଜଣେ ଗୁରୁତର

ସାକ୍ଷୀଗୋପାଳ ---- ସତ୍ଯବାଦୀ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତର ସୁରୁଜିପୁର ଗ୍ରାମରେ ବିଦ୍ଯୁତ ସଂଯୋଗକୁ ନେଇ ଜଣଙ୍କୁ ଆକ୍ରମଣ । ପ୍ରମୋଦ ବରାଳ ଏବେ ସାକ୍ଷୀଗୋପାଳ ମେଡିକାଲରେ ଚିକିସ୍ଥା ହୋଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଫାନି ବାତ୍ଯା ଯିବାର ଦୁଇ ମାସ ପରେ ସୁରୁଜିପୁର ଗ୍ରାମକୁ ଆଜି ସଂଧ୍ଯାରେ ବିଦ୍ଯୁତ ସଂଯୋଗ କରାଯାଇଥିଲା । ମାତ୍ର କେତେ ଜଣଙ୍କ ଘରେ ବିଦ୍ଯୁତ ଜଳିନଥିଲା ।ଏହାକୁ ନେଇ ଗ୍ରାମରେ ପାଟିତୁଣ୍ଡ ହେବା ମଧ୍ଯରେ ପ୍ରମୋଦଙ୍କୁ ଧାରୁଆ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive