ସୁର୍ଣ୍ଣସବ୍ ଧାନ ଓ ସବୁଜ ସାର ମଞ୍ଜି ଚାଷୀଙ୍କୁ ମାଗଣାରେ ପ୍ରଦାନ
ସାକ୍ଷୀଗୋପାଳ ----- ରାଜ୍ୟ ସକରାର ଫାନି ବାତ୍ୟାରେ ଚାଷୀ ମାନଙ୍କର ବିଶେଷ କ୍ଷତି ହୋଇଥିବାକୁ ନଜର କରି ଏବେ ଚାଷୀ ମାନଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ସହଯୋଗର ହାତ ବଡାଇଛନ୍ତି । ସତ୍ୟବାଦୀ ବ୍ଳକରେ ବିଜିଆରଇଆଇ ଯୋଜନାରେ ଦୁଗଲ ଗ୍ରାମ ପଞ୍ଚାୟତର ଅଠାଇଶ ଓ ଦୁଗଲ ଗ୍ରାମର ୧୨୦ ଜଣ ଚାଷୀଙ୍କୁ ମାଗଣାରେ ଧାନ ବିହନ ଓ ସବୁଜ ସାର ମଞ୍ଚି ବଣ୍ଟନ କରାଯାଇଛି । ଏକ କୁଇଣ୍ଟାଲ ପ୍ରତି ୧୬ କେଜି ସ୍ୱର୍ଣ୍ଣସବ୍ ଧାନ ଓ ଏକର ପ୍ରତି ୫କେଜି ଧନିଚା ଘାସ ( ସବୁଜ ସାର ) ମଞି ଚାଷୀ ମାନଙ୍କୁ ଦିଆଯାଇଛି । ଯାହାକି ଚାଷୀ ମାନେ ବିଲରେ ଧନିଚା ବୁଣିବା ଯୋଗୁ ସାର ପ୍ରୟୋଗ କମିଯିବ ଏବଂ ସ୍ୱର୍ଣ୍ଣସବ୍ ଧାନ କରିଲେ ଅଧିକ ଅମଳ ହେବ ବୋଲି କୃଷି ବିଭାଗର ଅଧିକାରୀ କହନ୍ତି । ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ କୃଷି ଅଧିକାରୀ ନିବେଦିତା ଦ୍ୱିବେଦୀ ଓ ଆତ୍ମାର ବିଟିଏମ ସୋଲେସ କୁମାର ଦାଶ ପରିଚାଳନା କରିଥିଲେ । ଅତିଥିଭାବେ ଦୁଗଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରକାଶ ଚନ୍ଦ୍ର ଖଟେଇ ଓ ସମିତିସଭ୍ୟ ଯଦୁମଣି ପ୍ରଧାନ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



