ads

Breaking News

କାରଗିଲ ବିଜୟ ଦିବସ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା


ଓଡଗାଁ----- ପିମିଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି ।  ଆଜି ବି କାରଗିଲ ବିଜୟର ବୀରତ୍ବର ଗାଥା ପ୍ରତ୍ୟେକ ଭାରତୀୟ ହୃଦୟତନ୍ତ୍ରୀକୁ କମ୍ପନ କରେ। ସେହି ବୀର ଜବାନମାନଙ୍କ ବଳିଦାନକୁ ଉଜ୍ଜୀବିତ କରିବାର କ୍ଷୁଦ୍ର ପ୍ରୟାସ କରିଛି ଓଡ଼ଗାଁ ସ୍ଥିତ ପିମିଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏଥିପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଏଥିରେ ବିଦ୍ୟାଳୟର ସମ୍ପାଦକ ସୁଶୀଲ କୁମାର ପ୍ରଧାନ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ପିମିଟ ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପାଣିଗ୍ରାହୀ,ପିମିଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁନୀଲ କୁମାର ମହାପାତ୍ର,ସହ ସମ୍ପାଦକ ସୁରେଶ ଚନ୍ଦ୍ର ପ୍ରଧାନ ଏବଂ ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଦେଶପାଇଁ ଉତ୍ସର୍ଗୀକୃତ ହେବାପାଇଁ ଉପଦେଶ ଦେଇଥିଲେ। ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts