ads

Breaking News

ଅନୁଭବ ପଟ୍ଟନାୟକଙ୍କୁ ମିଳିପାରେ ପଦବୀ


ଓଡ଼ଗାଁ  : ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଚଳିତ ନିର୍ବାଚନରେ ଦଳୀୟ ଟିକେଟ ପାଇନଥିଲେ। ତେବେ ସେ ବିଜେଡି ଦଳ ଛାଡ଼ି ନଥିଲେ । ତାଙ୍କ ସ୍ଥାନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡି ତରଫରୁ ବିଧାୟକ ପ୍ରାର୍ଥୀରୂପେ ନିର୍ବାଚିତ ହୋଇଥିଲେ। ଦଳୀୟ ଟିକେଟ ପାଇନଥିଲେ ମଧ୍ୟ ବିନାସ୍ୱାର୍ଥରେ ସେ ଦଳ ପାଇଁ ଉତ୍ସର୍ଗୀକୃତ ହୋଇ ନିର୍ବାଚନ ପ୍ରଚାରରେ ସାମିଲ୍ ଥିଲେ ।ଏବେ ପାଟକୁରାରେ ମଧ୍ୟ ତାଙ୍କ ନିର୍ବାଚନୀ ପ୍ରଚାର ସବୁଠୁ ନିଆରା ଥିଲା ।ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଭବଙ୍କ ଉପରେ ଖୁବ ଖୁସି ଅଛନ୍ତି। ତେଣୁ ତାଙ୍କୁ ପାଟକୁରା ନିର୍ବାଚନ ପରେ ଦଳରେ ଗୁରୁ ଦାୟିତ୍ୱ ମିଳିବା ସହ ଭଲ ପଦବୀରେ ଥଇଥାନ କରାଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।
ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts