ads

Breaking News

ଉଲଗ୍ନ ମହିଳାଙ୍କ ଶବ ଜବତ ଘଟଣାର ଦଶ ଦିନ ପରେ ବି ପୋଲିସର ହାତ ଖାଲି

ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକ ଅଞ୍ଚଳରେ ଦିନକୁ ଦିନ ମଦ, ଜୁଆ ବ୍ୟାପକ ଭାବେ ବଡି ଚାଲିଛି । ଯାହା ଫଳରେକି ମହିଳା ମାନେ ସଂଧ୍ୟା ହେଲେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଏଠାରେ  ମାଡପିଟି , ହତ୍ୟା, ପ୍ରତିଦିନର ଘଟଣାରେ ପରିଣତ ହୋଇଛି   । ଏହି ଅଳ୍ପଦିନ ତଳେ ଜଣେ ଅଚିହ୍ନା ମହିଳାଙ୍କ ଉଲଗ୍ନ ଶବ ପୋଲିସ ଜବତ କରିଛି । ମାତ୍ର ଉକ୍ତ ମହିଳା ଜଣଙ୍କ କିପରି ଏଠାକୁ ଆସିଲେ ଏବଂ ତାଙ୍କ ଉପରେ ବିଲରେ ପଡିଥିବା ପାଳ କାହିଁକି ପକାଯାଇଥିଲା ତାହା ଏବେବି ସ୍ଥାନୀୟ ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି  । ସୁଚନାଯୋଗ୍ୟ ଯେ ଗତ ଜୁନ ୨୭ ତାରିଖ ଦିନ ଅତାବିରା ଥାନା ଅନ୍ତର୍ଗତ ଟୋପ- ଖଲିଆପାଲି ରାସ୍ତା କର ନାଳରେ ଏକ ମହିଳାଙ୍କ ଉଲଗ୍ନ ଶବ ପାଣିରେ ପଚି ଭାସୁଥିବା ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ  । ମହିଳାଙ୍କ ଶବକୁ ନଜର କଲେ ଏହା ଏକ ଦୁର୍ଷମ ପରେ ମହିଳାଙ୍କୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବା ପାଇଁ ଏଠାରେ ପିଙ୍ଗାଯାଇଥିବା ସନ୍ଦେହ କରାଯାଇଥିଲା  । ପୋଲିସ ଶବ ଜବତ କରି ଏକ କେସରୁଜ କରି ଚୁପ ହୋଇ ବସି ରହିଛି ବୋଲି ଟୋପ ଗ୍ରାମବାସୀ ମାନେ କହନ୍ତି । ଯାହାକି ଏବେ ସେହି ରାସ୍ତାରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯିବାକୁ ଭୟ କରୁଥିବା ବେଳେ ମହିଳା ଲୋକମାନେ ବିଲକୁ ଯିବାକୁ ଏବେ ଭୟ କରୁଛନ୍ତି । ଏହାକୁ ନେଇ ଟୋପ ଗ୍ରାମବାସୀଙ୍କ ପକ୍ଷରୁ ରାମ ଶଙ୍କର ପ୍ରଧାନ, ବ୍ରଜନାଥ ମିଶ୍ର, ଅନାଦି ମେହେର, କମଳା ମିଶ୍ର, ସୋନୁ କୋଠର, ଦାଶରଥି ମେହେର, ଉମିଲା ସେଟଙ୍କ ସହ ଅନ୍ୟ ମାନେ ଉକ୍ତ ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅତାବିରା ଥାନାରେ ଏକ ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି ।  ଏହିପରି ଅନେକ ଘଟଣା ମାନ ଘଟିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ କୌଣସି ଘଟଣାର ପର୍ଦ୍ଦାଫାସ ହୋଇ ପାରିନାହିଁ ବା ଅଭିଯୁକ୍ତଙ୍କୁ ପୋଲିସ ଧରି ପାରିନାହିଁ  । ଏହାର ସୁଯୋଗ ନେଇ ଅଭିଯୁକ୍ତ ମାନେ ଗୋଟିଏ ପରେ ଗୋଟିଏ ଘଟଣା ମାନ ଘଟାଇ ଚାଲିଛନ୍ତି ବୋଲି ଟୋପ ଗ୍ରାମବାସୀ ମାନେ କହନ୍ତି । ଏ ସମ୍ପର୍କରେ ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇଙ୍କୁ ପଚାରିବାରୁ ସେ କହନ୍ତି ଅନୁସନ୍ଦାନ ଜାରି ରହିଛି । ବହୁ ଶିଘ୍ର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି ।
ବରଗଡରୁ ନବୀନ ଦାଶ

ads

Blog Archive