ads

Breaking News

ରାସ୍ତା ଓ ମହିଳା ମାନଙ୍କ ପାଇଁ ଗାଧୁଆ ତୁଟ ନିର୍ମାଣ ପାଇଁ ଦାବି

ଅତାବିରା---  ରାଜ୍ୟ ସରକାର ଆଦିବାସୀ ଓ ଜନଜାତି ଦଳିତ ପରିବାରଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଚାଳିଛନ୍ତି । ମାତ୍ର ଏ ଗୁଡିକ ଦେଖିବା ପାଇଁ କେହି ନାହାନ୍ତି ଯେପରି । ବରଗଡ ଜିଲ୍ଲାର ଅତାବିରା ବ୍ଳକରେ ସବୁଠାରୁ ଅବହେଳିତ ହୋଇ ରହିଛି ଅନେକ ଗ୍ରାମ ପଞ୍ଚାୟତ । କେଉଁଠି ଗ୍ରାମକୁ ଯିବାକୁ ରାସ୍ତା ନାହିଁ ତ କେଉଁଠି ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ସମ୍ପର୍ଣ୍ଣ ଭୁଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ  । ଅନ୍ୟପକ୍ଷେ ସଭା ସମିତିରେ ବିଧାୟିକା, ମନ୍ତ୍ରୀ ଯୋଗଦେଇ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗ ଉନ୍ନତି କରାଯାଇଛି ବୋଲି ଡିଣ୍ଡିମି ପିଟୁଛନ୍ତି । ମାତ୍ର ପକୃତ ପକ୍ଷେ ତାହା ହୋଇନାହିଁ  । ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ବହୁ ଯୋଜନା କରିଛନ୍ତି । ବିଭିନ୍ନ ଯାଗାରେ ପୋଖରୀ ତୁଟ ସହିତ ଲୁଗା ବଦଳାଇବା ପାଇଁ  ଘର କରାଯାଇଛି  । ମାତ୍ର ବଡ ଦୁଖଃର କଥା ଏଠାରେ ଶାନ୍ତ ସରଳ ଗ୍ରାମବାସୀ ମାନେ ବିଡିଓଙ୍କୁ ଅନୁରୋଧ କରିୁଛନ୍ତି ଗାଧୁଆତୁଟ ନିର୍ମାଣ କରିବା ପାଇଁ  । ଏହାର ଏକ ପ୍ରମାଣ ହୋଉଛି ହଳଦୀ ଗ୍ରାମ୍ୟ ଉନ୍ନୟନ କମିଟୀ ପକ୍ଷରୁ ଅତାବିରା ବ୍ଳକ ବିଡିଓଙ୍କୁ ୨ ତାରିଖ ଦିନ ଗ୍ରାମବାସୀଙ୍କ ସ୍ୱାକ୍ଷର ସହିତ ହଳଦୀ ଗ୍ରାମରୁ ଜାଙ୍ଗେଡ ଆରଡି ରାସ୍ତା ମରାମତି ଓ ମହିଳା ମାନଙ୍କ ପାଇଁ ଗାଧୁଆ ତୁଟ କରିବା ପାଇଁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଉକ୍ତ ଗ୍ରାମବାସୀ ମାନେ ପଞ୍ଚାୟତ ପଲ୍ଲୀସଭାରେ ଏହି କାର୍ଯ୍ୟ  କରିବା ପାଇଁ ପ୍ରସ୍ତାବ ଦେଇଥିଲେ  । ସରପଞ୍ଚ ଓ ଗ୍ରାମ୍ୟ ପଞ୍ଚାୟତ ଅଧିକାରୀ ମଧ୍ୟ ତାହା ଲେଖିଥିଲେ  । ମାତ୍ର ତାହା କାର୍ଯ୍ୟକାରି କରାନ ଯିବାରୁ  ୱାର୍ଡ ସଭ୍ୟଙ୍କ ସହିତ ଗ୍ରାମବାସୀ ମାନେ ବିଡିଓ ଅଭିଯୋଗ ପତ୍ର ଦେଇଛନ୍ତି । ବିଡିଓ ଦରଖାସ୍ତ ପାଇବା ପରେ ଗ୍ରାମବାସୀଙ୍କ ସହ ଆଲେଚନା କରି ତାଙ୍କୁ କହିଥିଲେ ବର୍ଷା ହୋଉଛି ବର୍ଷା ସରିଗଲେ ଦେଖିବା ବୋଲି କହିଛନ୍ତି । ଦେଖାଯାଉ ଉକ୍ତ ଗ୍ରାମବାସୀ ଓ ମହିଳା ମାନଙ୍କ ପାଇଁ ଅତାବିରା ବ୍ଳକ ପ୍ରଶାସନର କେବେ ନିଦ ଭାଙ୍ଗିବ ଦେଖିବାକୁ ଅପେକ୍ଷା କରିଛନ୍ତି ଅତାବିରା ଜନସାଧାରଣ  ।
ବରଗଡରୁ ନବୀନ ଦାଶ

ads

Blog Archive