ads

Breaking News

ଅଟୋ- ବସ ମଧ୍ୟରେ ଧକ୍କା; ୧ ଆହତ

ବାଲିଗୁଡା--- କନ୍ଧମାଳ ଜିଲ୍ଲାର ସାରଙ୍ଗଡ ଥାନା ଅନ୍ତର୍ଗତ ଦୋଳପଦା ନିକଟରେ ଏକ ଯାତ୍ରୀବାହି ବସ ସହିତ ଅଟୋର ଧକ୍କା ହେବାରୁ ଅଟୋରେ ଥିବା ବନେଗାଁର ଶୁକଦେବ ପ୍ରଧାନ ଗୁରୁତର ଭାବେ ଆହତ ହୋଇ ସାରଙ୍ଗଡ ଡାକ୍ତରଖାନାରେ ଚିକିତ୍ସା ହୋଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଫୁଲବାଣୀରୁ ବାଲିଗୁଡା ଆସୁଥିବା ଖମ୍ବେଶ୍ୱରୀ ନାମକ ଏକ ଯାତ୍ରୀବାହୀ ବସନଂ ଓଆର- ୧୨ ବି- ୧୭୩୦ ସହିତ ଅଟୋନଂ- ଓଆର- ୧୨ ବି- ୮୯୭୫ ଧକ୍କା ଲାଗିଥିଲା  । ଯାହାକି ଅଟୋରେ ଥିବା ଶ୍ରୀ ପ୍ରଧାନ ଆହତ ହୋଇଥିଲେ  । ଖବର ପାଇ ସାରଙ୍ଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରିଛନ୍ତି । ଅଟୋ ଡ୍ରାଇଭର ଦୁଶାସନ ପ୍ରଧାନ ଓ ବସ ଡ୍ରାଇଭର ଶେଷଦେବ କହିଁରଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ଜଣାପଡିଛି  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive