ବାଲିଗୁଡା ପୋଲିସର ଚୋରା ମଦ ଧରପଗଡ ; ମଦ ମାଫିଆ ଏବେ ଛାନିଆ
କନ୍ଧମାଳ--- କନ୍ଧମାଳ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ଥାନା ଆଇଆଇସି ଚୋରା ମଦ ଧରପଗଡକୁ ଯୋରସୋର କରିଛନ୍ତି । ବାଲିଗୁଡାରେ ମଦ ଏକ କୁଟିର ଶିଳ୍ପ ହୋଇଥିଲେ ମଧ୍ୟ ବାଲିଗୁଡା ପୋଲିସ ଏହାକୁ ରୋକିବାରେ କିଛିିଟା ସଫଳ ହୋଇଛି ବୋଲି ଜନସାଧାରଣରେ ଆଲେଚନା ହେଉଛି । ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା କୌଣସି ସୁତ୍ରରୁ ଖବର ପାଇ ବୁଡାଗୁଡ ଗ୍ରାମ ଉପରେ ଅଚାନକ ଚଡାଉ କରିଥିଲେ । ଗଜା ନାୟକ, ପ୍ରତାପ ପାତ୍ର ଓ ଲେଙ୍କା ବଳିୟାରସିଂଙ୍କ ଘର ଉପରେ ଚଡାଉ କରି ୫୦ ଲିଟର ଦେଶୀ ( ମହୁଳି ) ମଦ ସହିତ ୭.୫ ଲିଟର ବିଭିନ୍ନ କମ୍ପାନୀର ବିଦେଶୀ ମଦ ଜବତ କରିବାରେ ବାଲିଗୁଡା ପୋଲିସ ସଫଳ ହୋଇଛି । ଏମାନଙ୍କ ବିରୁଧରେ ଅବକାରୀ ଆଇନ ଅନୁସାରେ ବାଲିଗୁଡା ଥାନା କେସନଂ-୯୩/୯୪/ଓ୯ତ୍ତ୍ୱ୫/ ୨୦୧୯ରେ ଏକ କେସରୁଜ କରି କୋର୍ଟକୁ ପଠାଯାଇଥିବା ଆଇଆଇସି ଶ୍ରୀ ବେହେରାଙ୍କ ଠାରୁ ସୂଚନା ମିଳିଛି । ଏହିପରି ପ୍ରତ୍ୟେକ ଦିନ ଚୋରା ମଦ ଧରପଗଡ କରାଯିବ ବୋଲି ଜଣାପଡିଛି । ଏହା ସହିତ ଥାନା ଆଇଆଇସି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେଉଁ ଗ୍ରାମ ବା ଅଞ୍ଚଳରେ ଚୋରା ମଦ କାରବାର ହୋଉଛି ସେ ସମ୍ପର୍କରେ ତାଙ୍କୁ ସୂଚନା ପ୍ରଦାନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଯାହାକୁ ନେଇ ଏବେ ବାଲିଗୁଡା ଥାନା ଅଞ୍ଚଳରେ ମଦ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଖବର ମିଳିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା



