ads

Breaking News

ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ପ୍ରମୁଖ ସଚ୍ଚିବଙ୍କୁ ସାକ୍ଷତା କଲେ ପଲଟି ଫାର୍ମର୍ସ ଆସୋସିଏସନର କର୍ମକର୍ତ୍ତା

ଡେଲାଙ୍ଗ---  ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ପ୍ରମୁଖ ସଚ୍ଚିବଙ୍କୁ ଓଡିଶା ପଲଟି ଫାର୍ମର୍ସ ଆସୋସିଏସନର ସଭାପତି, ସମ୍ପାଦକ ଓ ମୁଖ୍ୟ ସଂଯୋଜକ ସଚ୍ଚିବାଳୟରେ ମଙ୍ଗଳବାର ସାକ୍ଷାତ କରିଛନ୍ତି ।  ସଚ୍ଚିବଙ୍କ ହସ୍ତକ୍ଷେପ ପଳରେ କୁକୁଡା ଚାଷୀ ମାନଙ୍କର ତାଳିକା ଓ ଗାଇଡି ଲାଇନି ସମସ୍ତ ବାତ୍ୟା କ୍ଷତିଗସ୍ତ ଜିଲ୍ଲା, ବ୍ଳକ ପ୍ରାଣୀ, ଗୋପାଳନ ଅଧିକାରୀ ମାନଙ୍କ ପାଖକୁ ପଠାଇ ଦିଆଯାଇଛି । ଏଥିରେ କ୍ଷତିଗସ୍ତ ହୋଇଥିବା କୁକୁଡା ଚାଷୀ ମାନଙ୍କର ଫାର୍ମ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଏହି ପତ୍ରରେ ଉଲ୍ଲେଖ ରହିଛି । ରାଜ୍ୟ ସରକାରଙ୍କ ଆପିକଲ ଯୋଜନା ପ୍ରଶୟନ ପାଇଁ ସରକାରୀ ପାଣ୍ଠି ରହିଥିବାରୁ ଚାରି ହଜାର ସ୍କୋୟାର ଫୁଟ ଯାଗା ଥିବା କୁକୁଡା ଚାଷୀ ମାନେ ଭାଙ୍ଗି ଯାଇଥିବା ଫାର୍ମକୁ ଆପିକଲ ତରଫରୁ ତଦନ୍ତ କରି ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଥିବା ଜଣାପଡିଛି । ଚାଷୀ ମାନେ ଅଫ ଲାଇନରେ ଦରଖାସ୍ତ କରିବା ପରେ ତୁରନ୍ତ ସେମାନେ କାର୍ଯ୍ୟଦେଶ ନେଇ ଫାର୍ମ କାର୍ଯ୍ୟ ଆରମ୍ଭ କରି ପାରିବା ପାଇଁ ସଚ୍ଚିବ ତତ୍ପରତା ପ୍ରକାଶ କରିଥିଲେ  । କୁକୁଡା ଚାଷୀ ମାନଙ୍କ ତାଲିକା ଓ ଗାଇଡଲାଇନ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଧିକାରୀ ମାନଙ୍କ ଠାରୁ ପରାମର୍ଶ ନେଇ ଭଙ୍ଗା ଫାର୍ମ ନିର୍ମାଣ କରି ପାରିବେ  । ଆପିକଲ ପରିଚାଳନା ନିର୍ଦ୍ଦେଶକଙ୍କୁ ଭେଟି ଉକ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ସଂଘର କର୍ମକର୍ତ୍ତା ମାନେ ଆଲେଚନା କରିଥିଲେ । ଓଡିଶାରେ କୁକୁଡା ଚାଷୀଙ୍କ ସ୍ୱାର୍ଥ ପାଇଁ ଯୋରଦାର ଲଢ଼େଇ କରୁଥିବା ସଂଘକୁ ବିଭାଗୀୟ ଅଧିକାରୀ ମାନେ ସନ୍ତୋଷ ପ୍ରକାଶ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts