ads

Breaking News

ଗୋପବନ୍ଧୁଙ୍କ ଷଠୀଘରର ଉନ୍ନତି ପାଇଁ ୫୦ ହଜାର ଟଙ୍କା ପ୍ରଦାନ

 ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଥିବା ଗୋପବନ୍ଧୁଙ୍କ ଷଠୀ ଘର । ମଇ ମାସ୩ ତାରିଖରେ ସାମୁଦ୍ରିକ ବାତ୍ୟାରେ ଷଠୀଘରଟି ଭାଙ୍ଗି ପଡିଥିଲା  । ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନେ ପରିଦର୍ଶନ କରିବା ସହ ଉକ୍ତ ଗ୍ରାମବାସୀଙ୍କୁ ମଧ୍ୟ କିଛି ସହାର୍ଯ୍ୟ କରିଥିଲେ । ସେହିପରି ଓଡିଆ ସମାଜ ଆବୁଧାବି ଅନୁଷ୍ଠାନ ମଧ୍ୟ ସେଠାକୁ ଯାଇ ଗୋପବନ୍ଧୁଙ୍କ ଷଠୀଘରର ଉନ୍ନତି ପାଇଁ ସେଠାରେ ଥିବା ଦାସଙ୍କ ଦାୟଦ ମାନଙ୍କ ସହିତ ଆଲେଚନା କରିଥିଲେ  । ଶନିବାର ଦିନ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ. ଅରୁନ୍ଦତୀ ଦେବୀ, ଅନୁଷ୍ଠାନର ଆଜିବନ ସଦସ୍ୟା ମନୋରମା ଦେବୀ, ଲକ୍ଷ୍ମୀ ଙ୍କ ସହିତ ସାମାଜିକ କର୍ମୀ ତଥା ଆଇନଜୀବୀ ଉପେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିିରେ ଗୋପବନ୍ଧୁଙ୍କ ଷଠୀ ଘରର ଉନ୍ନତି ପାଇଁ ତାଙ୍କ ଦାୟଦ ରବିନ୍ଦ୍ର ନାଥ ଦାସ, ମହେନ୍ଦ୍ରନାଥ ଦାସଙ୍କୁ ୫୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିବା ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଶ୍ରୀ ଦେବୀଙ୍କ ଠାରୁ ପ୍ରକାଶ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts