ଲୁଚି ଯାଉଛି ଘୁବୁକୁଡୁ ( ଧୁଡିକି) ନାଚ ; ଏକମାତ୍ର ସାହା ଭରଷା ସରକାରଙ୍କ ଯୋଜନା
ବରଗଡ--- ବଲାଙ୍ଗିର ଜିଲ୍ଲାରେ ବହୁ ଦିନ ଦରି ରାଜ ଚଳାଇଥିଲା ଘୁବୁକୁଡୁ ( ଧୁଡିକି) ବାଦ୍ୟ ସହିତ ନାଚ ଗୀତ । ଏହି ବାଦ୍ୟ ବିଭିନ୍ନ ପର୍ବ ପର୍ବାଣୀରେ ପରିବେଷଣ କରାଯାଉଥିଲା । ସେ ସମୟରେ ଏମାନଙ୍କର ଚାହିଦା ବହୁ ଅଧିକ ଥିଲା । ଯୁଗର ପରିବର୍ତ୍ତନ ହେବା ପରେ ଆମର କଳା ସଂସ୍କୃତି ମଧ୍ୟ ବଦଳି ଗଲା । ତା ମଧ୍ୟରେ ଏହି ଘୁବୁକୁଡୁ ବାଦ୍ୟ ଲୋପ ହୋଇ ଯିବାକୁ ବସିଛି । ଏବେ ଏହି ବାଦ୍ୟ ବଞ୍ଚି ରହିଛି ଏକମାତ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ପ୍ରଚାର ପ୍ରସାର କରିବା ପାଇଁ । ନଚେତ୍ ଏହା କେବେ ଠାରୁ ଲୋପ ପାଇ ଯାଆନ୍ତାଣି । ବଲାଙ୍ଗିର ଜିଲ୍ଲାର କୃଷ୍ଣପ୍ରିୟା କଳାପରିଷଦ ର କଳାକାର ପୂର୍ଣ୍ଣଚନ୍ଦ୍ର ଛତରିଆ ଓ ତାଙ୍କ ସହଯୋଗୀ ମାନେ ବିଭିନ୍ନ ଜିଲ୍ଲାର ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ପ୍ରସାର ପ୍ରଚାର କରୁଛନ୍ତି । ପୂର୍ଣ୍ଣଚନ୍ଦ୍ର ପଶ୍ଚିମ ଓଡିଶାର ଜଣେ ନାମୀ ଦାମୀ କଳାକାର ଭାବେ ବେଶ ପରିଚିତ । ସେ ଅନେକ ଅନୁଷ୍ଠାନ ମଞ୍ଚରେ ସମ୍ମାନୀତ ହୋଇଛନ୍ତି । ସେ ଏବେବି ନିଜର ସେହି ପୁରାତନ ଘୁବୁକୁଡୁ ବାଦ୍ୟ ବଞ୍ଚାଇ ରଖିଛନ୍ତି । ମାତ୍ର ତାଙ୍କର ମନ ଦୁଖଯେ ତାଙ୍କ ପରେ ଏହି ବାଦ୍ୟଯନ୍ତ୍ର କିପିର ଚୀବିତ ରହିବ ସେ ନେଇ ସେ ଚିନ୍ତିତ । ଏହି ବାଦ୍ୟ ଯନ୍ତ୍ରଶିଖିôବା ପାଇଁ ଯୁବପୀଢ଼ି ଆଗେଇ ଆସିବା ଦରକାର ବୋଲି କହନ୍ତି ।
ଅତାବିରାରୁ ନବୀନ ଦାଶ
ଅତାବିରାରୁ ନବୀନ ଦାଶ



