ads

Breaking News

ସତ୍ୟବାଦୀରେ କଂଗ୍ରେସର କର୍ମୀ ସମ୍ମଳନୀ

 ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକର ସାଣ୍ଢାରା ଶାସନ ଗ୍ରାମ ପଞ୍ଚାୟତରେ  ସତ୍ୟବାଦୀ ବ୍ଳକ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ବୈଠକରେ ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଯୋଗଦେଇ କର୍ମୀ ମାନଙ୍କୁ କହିଥିଲେ  ପଛ କଥାକୁ ପଛରେ ପକାଇ ଆଗାମୀ ଦିନରେ ହେବାକୁ ଯାଉଥବା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଯେପରି ଜିତିବ ସେଥିପାଇଁ ସମସ୍ତେ ସହଯୋଗ କରିବାପାଇଁ ନିବଦେନ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ବ୍ଳକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ପୁର୍ବତନ ମୂଳଅଳସା ସରପଞ୍ଚ ଶଙ୍କର ବେହେରା,  ବସନ୍ତ କୁମାର ରାଉତ, ପ୍ରଫୁଲ କୁମାର ବେହେରା, କୃପାନିଧି ପ୍ରଧାନ, ହଟ କିଶୋର ବେହେରାଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts