ads

Breaking News

ଲୋକସଭା ଓ ବିଧାନସଭା ଆସନ ପାଇଁ ସି,ପି, ଆଇ( ଏମ.ଏଲ)ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ

ଡେଲାଙ୍ଗ ---- ପୁରୀ ଲୋକସଭା ଓ ପିପିଲି ବିଧାନସଭା ଆସନ ପାଇଁ ପ୍ରଥମ ଦିନରେ ସି,ପି, ଆଇ( ଏମ.ଏଲ) ଳିବରେସନ ଦଳ ପକ୍ଷରୁ ତିନିତାରା ପତକା ଚିହ୍ନରେ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି । ପୁରୀ ଲୋକସଭା ଆସନ ପାଇଁ ମନ୍ଦାକିନୀ ସେଠୀ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପିପିଲି ବିଧାନସଭା ଆସନ ପାଇଁ ଅଶୋକ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପିପିଲି ଟୋଲଗେଟ ଠାରୁ ଶତାଧିକ କର୍ମୀ ମାନଙ୍କ ଗହଣରେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଯାଇ  ।  ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜ ଠାରୁ ଶୋଭାଯାତ୍ରାରେ ବାହାରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା  ।  ନିର୍ବାଚନ ଇସ୍ତାହାରରେ ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଫାସିବାଦୀ ବିଜେପିକୁ ପରାସ୍ତ କର ଓକୃଷକ ବିରୋଧୀ ବିଜେଡି ସକରାରଙ୍କୁ ପରାସ୍ତ କରିବା ସହ ମଦମୁକ୍ତ ଓଡିଶା ଗଠନ କରିବା ପାଇଁ ପ୍ରସ୍ତାବ ରଖଯାଇଛି ବୋଲି ପ୍ରାର୍ଥୀ ଶ୍ରୀ ପ୍ରଧାନ କହିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  


ads

Blog Archive

Popular Posts