ପିପିଲି--- ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ୩୨୬ ଜଣଙ୍କୁ ପ୍ରଧାନମନ୍ତୀ ଆବାସ ଯୋଜନାର କାର୍ଯ୍ୟାଦେଶ ବିଧାୟକ ପ୍ରଦୀପ ମହାରଥୀ ବଣ୍ଟନ କରିଛନ୍ତି । ଗ୍ରାମଞ୍ଚଳରେ ବା ପଞ୍ଚାୟତରେ ଏହି ଯୋଜନାରେ ୧.୨୦ ହଜାର ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ଏହା ୨ ଲକ୍ଷଟଙ୍କା ରହିଛି । ହିତାଧିକାରୀ ମାନେ ଯଦି ରାଜ୍ୟ ସରକାରଙ୍କ ଧାର୍ଯ୍ୟ କରିଥିବା ୧୨୦ ଦିନ ମଧ୍ୟରେ ଘର କାମ ଶେଷ କରି ଦିଅନ୍ତି ତା ହେଲେ ତାଙ୍କୁ ବୋନସ ଭାବରେ ୨୦ ହଜାର ଟଙ୍କା ଦିଆଯିବ ବୋଲି ଏନଏସିର ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା କହିଥିଲେ । ବିଭାଗୀୟ ସହକାରୀ ଯନ୍ତୀ ବିଭୂତି ତ୍ରିପାଠୀ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମାର ସଭାପତି ଧରଣୀଧର ସାହୁ, ଏନଏସିର ପୂର୍ବତନ ଅଧ୍ୟକ୍ଷ ଏସ.କେ. ବାବୁ, ବ୍ଳକ ସାଂସଦଙ୍କ ପ୍ରତିନିଧି ପ୍ରଫୁଲ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଛୋଟରାୟ, ଆଇନଜିବୀ ଶ୍ରୀଧର ପ୍ରଧାନ, ଏନଏସିର ସାଂସଦଙ୍କ ପ୍ରତିନିଧି ଶରତ ବେହେରା, ଯୁବନେତା ପ୍ରଫୁଲ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର