ads

Breaking News

ଭଟଲି ବିଧାନସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୁର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ

 ବରଗଡ--- ବରଗଡ ଲୋକସଭା ଅନ୍ତର୍ଗତ ଭଟଲି ବିଧାନସଭା ପ୍ରାର୍ଥୀ ଭାବେ ବିଜେଡିର ପୁର୍ବତନ ଶକ୍ତି ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ନିଜର ପ୍ରାର୍ଥୀ ପତ୍ର  ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିବା ଜଣାପଡିଛି । ନାମଙ୍କନ ପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ତପିରାମ ମାଝି ଗ୍ରହଣ କରିବା ସହ ସୁଶାନ୍ତ ସିଂହଙ୍କୁ ଶପଥ ପାଠ କରାଇଥିଲେ  । ସୁଚନାଯୋଗ୍ୟ ଯେ ଅପ୍ରେଲ ମାସ ୧୮ ତାରିଖରେ ବରଗଡ ଲୋକସଭା ଓ ୫ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ । ମାର୍ଚ୍ଚ ୧୯ ତାରିଖରୁ ଜିଲ୍ଲା ନିର୍ବାଚନଙ୍କ ପକ୍ଷରୁ ନାମଙ୍କନ ପତ୍ର ଦାଖଲ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପବିତ୍ର ଦୋଳଯାତ୍ରା ଦିନ ସୁଶାନ୍ତ ସିଂହ ନିଜର ଜନ୍ମମାଟି ବାଉଁସେନମୁରା ଗ୍ରାମରେ ଥିବା ମହପ୍ରଭୁ ଜଗନ୍ନାଥ ମନ୍ଦିରରେ ପୂଜାପାଠ କରିବା ପରେ ସୋହେଲା ମା ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରି ମାଙ୍କ ଠାରୁ ବିଜୟୀ ହେବାପାଇଁ ଆର୍ଶିବାଦଭିକ୍ଷା କରି ଗାନ୍ଧୀ ଛକରୁ ଦଳୀର ମୁଖିଆ କର୍ମୀ ମାନଙ୍କ ଗ୍ରହଣରେ ଏକ ଶୋଭାଯାତ୍ରାରେ ବାହାରି ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା  । ପ୍ରଥମ କରି ବିଜେଡି ଦଳର ପ୍ରାର୍ଥୀ ଭାବେ ସୁଶାନ୍ତ ସିହ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ଠାରୁ ସୁଚନା ମିଳିଛି
 ବରଗଡରୁ ନବୀନ ଦାଶ

ads

Blog Archive

Popular Posts