ads

Breaking News

ଅତାବିରାରେ ସ୍ନେହାଙ୍ଗିନୀ ଛୁରିଆ ହଟାଅ; ଅତାବିରା ବଞ୍ଚାଅ ଶୋଭାଯାତ୍ରା

 ଅତାବିରା----  ବରଗଡ ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀରେ ଗୁରୁବାର ବିଜେଡି ଦଳରେ ଥିବା ମତଭେଦ ଆଜି ପଦାରେ ପଡିଛି ।  ବିଜେଡିର ହେଭିୱଟେ  ତୁଙ୍ଗ ନେତା ମାନେ ବର୍ତ୍ତମାନର ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିରୁଧରେ ଖୋଲା ଖୋଲି ଭାବେ ଯୁଦ୍ଧ ଡାକରା ଦେଇଛନ୍ତି । ଏଥିରେ ଅତାବିରା ଓ ଭେଡେନ  ବ୍ଳକର ବିଜେଡିର ନେତା ଓ ଶତାଧିକ କର୍ମୀ ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା  । ବିଶେଷ କରି ପୁରୁଖା ବିଜେଡି କର୍ମୀ ମାନଙ୍କୁ ଅଣଦେଖା, ବିଭିନ୍ନ ଅଞ୍ଚଳପ୍ରତି ଓ କର୍ମୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ, ପିସି କାରବାର ସହିତ ଭୁଲ ନେତୃତ୍ୱକୁ ବିରୋଧ କରି ରେଙ୍ଗାଳିକ୍ୟାମ୍ପର କାଳୀ ମନ୍ଦିର ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ନଗର ଓ ବଜାର ପରିକ୍ରମା କରିଥିଲା  । ଶୋଭାଯାତ୍ରା ରେ ସ୍ନେହାଙ୍ଗିନୀ ହଟାଅ ଅତାବିରା ବଞ୍ଚାଅ ଡାକରା ଦେବା ସହ ସ୍ନେହାଙ୍ଗିନୀ ଛୁରିଆ ମୁର୍ଦ୍ଧାବାଦ ଦେଉଥିଲେ  । ମାତ୍ର ବିଜେଡି ସରକାରଙ୍କ ଗୁଣ ଗାନ କରୁଥିବା ବେଳେ ଛୁରିଆଙ୍କ ନେତୃତ୍ୱକୁ ହଟାଇବା ପାଇଁ  ଶୋଭାଯାତ୍ରାରେ ବିଭିନ୍ନ ଲେଖାଥିବା ପ୍ଳାକର୍ଡ ଧରି ଥିବାର ଦେଖାଯାଇଥିଲା  । ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ପୂର୍ବତନ ସରପଞ୍ଚ କୃଷ୍ଣ କୁମାର ମହାନ୍ତି, ୨୦୦୯ ମସିହାର ବିଜେଡି ନିର୍ବାଚନ ଅଧିକାରୀ ବଳରାମ ମିଶ୍ର. ଅତାବିରା ବ୍ଳକର ପ୍ରାକ୍ତନ ସରପଞ୍ଚ ସଂଘର ସଭାପତି  ତଥା ଝିଲିମିଣ୍ଡା ସରପଞ୍ଚ ସୁଧୀର ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ  ଅଧ୍ୟକ୍ଷ ବରଗଡର କବିସୂର୍ଯ୍ୟ ପୁରୋହିତ ଓ ପୂର୍ବତନ ବିଜେଡି ସଭାପତି, ସରପଞ୍ଚ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ମାନେ ଏଥିରେ ସାମିଲ ହୋଇଥିବାର ଦେଖାଯାଇଥିଲା  । ଶୋଭାଯାତ୍ରା କରି ନବୀନ ପଟ୍ଟନାୟକଙ୍କୁ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱକୁ ଅତାବିରାରେ ବିରୋଧ କରାଯାଉଛି ବୋଲି ବିଭିନ୍ନ ଗଣପ୍ରତିନିଧିଙ୍କ ମାଧ୍ୟମରେ ଜଣାଇ ଦିଆଗଲା ବୋଲି ବିଜେଡି କର୍ମୀ ମାନେ କହିଥିଲେ  ।
ବରଗଡରୁ ନବୀନ କୁମାର ଦାଶ

ads

Blog Archive

Popular Posts