ads

Breaking News

ସତ୍ୟବାଦୀ ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ନାମାଙ୍କନ ପତ୍ର ଦାଖଲ ପାଇଁ ବାହାରିଲେ

 ସାକ୍ଷୀଗୋପାଳ--- ପୁରୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତୁତୀୟ ପର୍ଯ୍ୟାୟରେ ଅପ୍ରେଲ ମାସ ୨୩ ତାରିଖରେ ଭୋଟ ଗ୍ରହଣ ହେବ । ୨୮ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ଆଜି ହେଉଛି ଦୁତୀୟ ଦିବସ ସତ୍ୟବାଦୀର ଯୁବନେତା ଓମ ପ୍ରକାଶ ମିଶ୍ର ଶୁକ୍ରବାର ସାକ୍ଷୀଗୋପିନାଥଙ୍କୁ  ପୂଜାର୍ଚ୍ଚନା କରିବା ପରେ ବକୁଳବନ ଠାରୁ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ଶତାଧିକ ଯୁବ କର୍ମୀ ମାନଙ୍କ ସହ ପୁରୀ  ଅଭିମୁଖେ ଗସ୍ତ କରିଥିବା ଜଣାପଡିଛି ।  ଏହି ଶୋଭାଯାତ୍ରା ପାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିଲା  । ଏହି ଶୋଭାଯାତ୍ରା ବଜାର ଦେଇ ଯିବା ସମୟରେ ବଜାର ପୁରା ଜାମ ରହିଥିବାର ଦେଖାଯାଇଥିଲା  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts