ଡେଲାଙ୍ଗରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତରେ ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମହିଳା ମାନଙ୍କ ପାଇଁ ସବୁକ୍ଷେତ୍ରରେ ସ୍ଥାନ ସଂରକ୍ଷଣ କରି ବିଜେଡି ସରକାର ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଇତିହାସ ରଚନା କରିଛନ୍ତି । ଏବେ ପିୟ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ହାତରେ ନିର୍ବାଚନ ପରିଚାଳନା ଦାୟତ୍ୱ ଟେକି ଦେଇଛନ୍ତି । ଏଣୁ ଗ୍ରାମଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ମହିଳା ମା ମାନେ ଏହି ଦାୟତ୍ୱ ବହନ କରି ସମସ୍ତ ପରିବାର ପାଖରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପହଞ୍ଚାଇ ମହିଳା ଭୋଟର ମାନଙ୍କୁ ସଚେତନତା କରାଇବାକୁ ପଡିବ ବୋଲି ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବସେନ୍ତୀ ସାହୁ କହିଛନ୍ତି । । ଏହି କାର୍ଯ୍ୟକ୍ରମକୁ ଗୋଡିପୁଟ ମାଠିଆପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ନିଶଙ୍କଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ଅନୁଷ୍ଠିତ ଫର୍ମରେ ଲୋକମାନଙ୍କର ମତାମତ ସଂଗ୍ରହ କରାଯାଇ ସେମାନଙ୍କ ଠାରୁ ସ୍ୱାକ୍ଷର ନିଆଯାଇଥିଲା । କେନ୍ଦ୍ର ସରକାର ଓଡିଶା ପ୍ରତି ଅବହେଳା କରିଥିବା ପ୍ରତିବାଦରେ ମଧ୍ୟ ମତାମତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ମଳୟ କୁମାର ମହାନ୍ତି ଓ ମିଶନ ଶକ୍ତି ମହିଳା ସଂଘର ସଭାନେତ୍ରୀ ବିଦୁଲତା ସ୍ୱାଇଁ, ସଭ୍ୟା ପ୍ରତିମା ମହାନ୍ତି, ବନିତା ଦାସ, ସ୍ୱର୍ଣ୍ଣମୟୀ ଜେନା, ରୁନା ନନ୍ଦ, ମିନାକ୍ଷୀ ପ୍ରଧାନ, ଅଭିଷ୍ପା ପିୟଦର୍ଶନୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି



