ads

Breaking News

ବିଜେଡି ପକ୍ଷରୁ ହକ ମାଗୁଛି ଓଡିଶା ଅଭିଯାନ

 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ୧୬ ଓ ୧୭ ନଂ ଜିଲ୍ଲା ପରିଷଦ ଜୋନରେ  ବିଜୁ ଜନତା ଦଳ ପକ୍ଷରୁ ବିଜେଡି ହକ୍ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ହାଟ ବଜାର ଓ ଡେଲାଙ୍ଗ ଷ୍ଟେସନ ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।  ବିଜେପି କେନ୍ଦ୍ରରେ ଶାସନ କରିବା ଦିନ ଠାରୁ ଓଡିଶାକୁ ଉପେକ୍ଷା କରି ଆସିଛି । ଓଡିଶା ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ କିଛି କରାଯାଇନାହିଁ  ବୋଲି ବିଜୁ ଜନତା ଦଳର କର୍ମୀ ମାନେ ମତ ପ୍ରକାଶ କରିଥିଲେ  । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଷ୍ଟାଲିନ ପରିଡା, ପିପିଲି ବ୍ଳକର ବରିଷ୍ଠ ଯୁବ ନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ପିପିଲି ବ୍ଳକର ଯୁବ ଜନତା ଦଳର ସଭାପତି ମନୋଜ ଦାଶ , ଡେଲାଙ୍ଗ ବ୍ଳକର ବିଜୁ ଜନତା ଦଳର ସଭାପତି ପ୍ରଭାତ କୁମାର ଜେନା, ଯୁବ ନେତା ବିଶ୍ୱଜିତି ଦାଶ, ଡେଲାଙ୍ଗ ଛାତ୍ର ସଭାପତି ଅମୁଲ୍ୟ ପ୍ରଧାନ, ଅଜୟ ଘଡେଇ, ସାଧାରଣ ସମ୍ପାଦକ ବବୁଲ ସ୍ୱାଇଁ, ରାଜେଶ ନନ୍ଦ, ଯୁବନେତା ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲେଚନା କରିଥିଲେ  । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts