ads

Breaking News

ଡେଲାଙ୍ଗରେ ପାରମ୍ପାରିକ ସଂକୀର୍ତ୍ତନ ମହୋତ୍ସବ

 ଡେଲାଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସିହବହ୍ମପୁର ଗ୍ରାମ ପଞ୍ଚାୟତର ବସନ୍ତପୁର ଗ୍ରାମର   ଶ୍ରୀ ଶ୍ରୀ ରାଧାକାନ୍ତ ଦେବଙ୍କ ବିଜେସ୍ଥଳୀ ଅଗାରେ ପାରମ୍ପରିକ ସଂକୀର୍ତ୍ତନ ମହୋତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଗ୍ରାମଞ୍ଚଳରୁ ଲୋପ ପାଇଯାଉଥିବା ସଂକୀର୍ତ୍ତନ ମଣ୍ଡଳୀକୁ କିପରି ଜୀବିତ ରଖାଯାଇ ପାରିବ ଏହି ମହୋତ୍ସବର ମୁଖ୍ୟ ଉଦ୍ଦ୍ୟେଶ ବୋଲି ବସନ୍ତପୁର ଗ୍ରାମର ସୁଧାକର ମର୍ଥା କହନ୍ତି । ଏହା ସହିତ ସଂକୀର୍ତ୍ତନ ମହୋତ୍ସବ କରାଯାଇ ଏକ ଭାଇଚାର ସୃଷ୍ଟି ହୋଇ ପାରିଛି । ଏଥିରେ ବସନ୍ତପୁର, କୁଆପଦା, ଅରାଗଡ, କୁମାର ଖାତିଆ, କୁମୁଣ୍ଡାଳ, ଗଣ୍ଡପଡା, ବାରୁଦଖାନା, ତଇଲାସାହି, ବିଦୁରପୁର, ବକୁଗ୍ରାମ, ଗଡଚାନ୍ଦପୁର, ପାଞ୍ଚଗାଁ, ଗଉଡକେରା, ନିରଞ୍ଜନପୁର, ପାଣିଦୋଳ, ମାର୍ଥା, ମଳିଗାଁ, ବାଲିଆପଡା, କାଶୀପୁର, ମୁଣ୍ଡଳ, ରେଙ୍ଗଳ, ଭିମପୁର, ଆଦି ପ୍ରାୟ ୫୦ ମଣ୍ଡଳ ସଂକୀର୍ତ୍ତନ ଦଳ ଯୋଗଦେଇ ସେମାନଙ୍କର ସଂକୀର୍ତ୍ତନ ପରିବେଷଣ କରିଥିଲେ  । ଏହି ଅବସରରେ ଗ୍ରାମରେ ସମସ୍ତଙ୍କୁ ଦୁଆର ଆଗରେ ପୂର୍ଣ୍ଣକୁମ୍ଭ  ସ୍ଥାପନ କରାଯିବା ସହ ଆମିଷ ନିଷେଧ କରାଯାଇଥିଲା  । ପତିତପାବନ ଓଡିଶୀ ସଂକୀର୍ତ୍ତନ ମଣ୍ଡଳୀ ପିପିଲି, ଓ ନୀଳକେଣ୍ଠଶ୍ୱର ଓଡିଶୀ ସଂକୀର୍ତ୍ତନ ମଣ୍ଡଳୀ ଡେଲାଙ୍ଗ ଏହି ସଂକୀର୍ତ୍ତନ ମହୋତ୍ସବ ଆୟାଜନ କରିଥିଲେ  । ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘ ପକ୍ଷରୁ ଏହି ମହୋତ୍ସବରେ ଯୋଗଦେଇଥିବା ସମସ୍ତ ସଂକୀର୍ତ୍ତନ ମଣ୍ଡଳୀକୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା  । ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ସରପଞ୍ଚ ପ୍ରଦ୍ୱ୍ୟମ୍ନ ପରିଡା ଅନ୍ୟ ମାନେ ଯୋଗଦେଇଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ବାବଜୀ ପ୍ରଧାନ, ସୁବାସ ପରିଡାଙ୍କ ସହ ଗ୍ରାମର ଯୁବ ଗୋଷ୍ଠୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । ରାତିରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା  । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts