ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷ କରି ଗ୍ରାମର ମହିଳା ଓ ପରିବାରଙ୍କ ପକ୍ଷରୁ କାଳିଆ ଯୋଜନାରୁ ବଞ୍ଚିତ ଓ ପାନୀୟ ଜଳ ସମସ୍ୟା ସମ୍ପର୍କରେ ରାଜ୍ୟ ସକରାରଙ୍କ ନିଦ୍ଦିଷ୍ଟ ଫର୍ମରେ ନିଜର ମତା ମତ ଦେଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ମହିଳା ଓ ପୁରୁଷ ମାନଙ୍କୁ ସଚେତନତା କରାଯାଇଥିଲା । ଏହି ଅବସରରେ ରାଜ୍ୟ ସକରାରଙ୍କ ନିଦ୍ଧିଷ୍ଟ କାର୍ଯ୍ୟକ୍ରମର ସୁଫଳ ଓ ରହିଯାଇଥବା କାର୍ଯ୍ୟ ପାଇଁ ଫର୍ମରେ ପରିବାରଙ୍କ ପାଖରୁ ମତ ଓ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା । ପଞ୍ଚାୟତର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପୁଷ୍ପାଞ୍ଜଳି ମହାପାତ୍ରଙ୍କ ନେତୃତ୍ୱରେ ସମ୍ପାଦିକା ଶକୁନ୍ତଳା ମହାପାତ୍ର, ଟୁନାରାଣି ଜେନା, ଚିତ୍ରାଙ୍ଗଦା ମହାପାତ୍ର,ସରୋଜିନୀ ସାହୁ, ଶୈଳବାଳା ରାଉତରାୟ, କବିତା ନାୟକ, ସଂଜୁକ୍ତା ସାହୁ,ଶ୍ରଦ୍ଦାଞ୍ଜଳି ମହାପାତ୍ରଙ୍କ ସହିତ ବିଜୁ ଜନତା ଦଳର ମହିଳା କର୍ମୀ ମାନେ ଉପସ୍ଥିତ ରହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି



